ଭୁବନେଶ୍ବର: ଦେଶର ଏକ ପ୍ରତିଷ୍ଠିତ ଟାଙ୍କି, ପାଇପ୍ ଓ ଫିଟିଙ୍ଗ୍ସ କଂପାନିର ବ୍ରାଣ୍ଡ୍ ନାମକୁ ନକଲ କରି ନାଗପୁରର ଭଣ୍ଡାରା ରୋଡ୍ ସ୍ଥିତ ଲିହିଗାଓଁରେ ଥିବା ଗୌରୀ ଆକ୍ବା ପ୍ଲାଷ୍ଟ କାରଖାନା ଉପରେ ଦିଲ୍ଲୀ ପୁଲିସ ଚଢ଼ଉ କରିଥିଲା। ଦିଲ୍ଲୀ କୋର୍ଟଙ୍କ ନିର୍ଦେଶ ଅନୁସାରେ ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍ର ଏହି କାରଖାନା ଉପରେ ଚଢ଼ଉ କରାଯାଇଥିଲା। ସ୍ଥାନୀୟ କମିସନର ଶିଖର କୁଣ୍ଡୁଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଦିନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। କୋର୍ଟଙ୍କ ନିର୍ଦେଶ ଅନୁସାରେ କାରଖାନା ଗେଟ୍କୁ ପୁଲିସ ସିଲ୍ କରିଥିଲା। ସେହି ନିର୍ଦେଶନାମାଙ୍କୁ କିନ୍ତୁ ଏହି ସଂସ୍ଥା ପାଳନ କରୁନାହିଁ। ଯେହେତୁ କାରଖାନାଟି ବହୁତ ବଡ଼ ଏବଂ ଏହା ପରିସରରେ ଶିଶୁ ଓ ମହିଳା ସମେତ ୧୫୦-୨୦୦ ଶ୍ରମିକ ରହୁଛନ୍ତି। ୨୦୨୦ ନଭେମ୍ବର ୫ରେ ମଧ୍ୟ ଏହି କାରଖାନା ଉପରେ ବିଆଇଏସ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। କଂପାନି ନକଲି ଆଇଏସ୍ଆଇ ମାର୍କା ଉତ୍ପାଦ ତିଆରି କରୁଥିବା ଅଭିଯୋଗ ରହିଛି।
ନକଲି ଟାଙ୍କି ଓ ପାଇପ୍ ନିର୍ମାଣକାରୀ କାରଖାନା ସିଲ୍
Advertisment
Follow Us