ନଭେମ୍ବର ୨ରୁ ଦ୍ବିତୀୟ ପର୍ଯ୍ୟାୟ କୋଇଲା ଖଣି ନିଲାମ

Advertisment
କୋଇଲା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବାଣିଜ୍ୟିକ ଖନନ ଓ ବିକ୍ରି ପାଇଁ କୋଇଲା ଖଣିର ଦ୍ବିତୀୟ ପର୍ଯ୍ୟାୟ ନିଲାମ ନଭେମ୍ବର ୨ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ୧୯ଟି ଖଣି ନିଲାମ କରାଯିବ। ଅନ୍‌ଲାଇନ୍‌ରେ କଂପାନିଗୁଡ଼ିକ ବିଡ୍ ଦାଖଲ କରିବେ। ପ୍ରଥମ ଥର ପାଇଁ ଭାରତ ସରକାର ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ପାଇଁ କୋଇଲା ଖଣି ନିଲାମ କରୁଛନ୍ତି। ଏହି ଖଣିଗୁଡ଼ିକୁ ହାତେଇବା ଲାଗି ଆଦାନି, ହିଣ୍ଡାଲ୍‌କୋ, ଜିନ୍ଦଲ ପାୱାର,‌ ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ବେଦାନ୍ତ ଓ ୱେଲ୍‌ସ୍ପୁନ୍‌ ଷ୍ଟିଲ୍‌ ଭଳି ସଂସ୍ଥା ଆଗ୍ରହୀ ଥିବା ଜଣାପଡ଼ିଛି।

ପ୍ରତି ଖଣି ପାଇଁ ବିଡ୍ ସମୟ ହେଉଛି ଦୁଇ ଘଣ୍ଟା। ବିଡ୍‌ ଦାଖଲ କରିବା ଲାଗି ଆଠ ମିନିଟ୍ ସମୟ ମିଳିବ। ସେହି ସମୟ ଭିତରେ କୌଣସି ବିଡ୍‌ ନଆସିଲେ ବିଡ୍ ବନ୍ଦ ହୋଇଯିବ। ବିଡ୍ ଆସିବା ଜାରି ରହିଲେ ଦୁଇ ଘଣ୍ଟାର ସମୟ ସୀମା ପରେ ମଧ୍ୟ ନିଲାମ ଜାରି ରହିବ। ଏମ୍ଏସ୍‌ଟିସିର ସିଷ୍ଟମ୍ ଶ୍ରେଷ୍ଠ ବିଡର ଘୋଷଣା କରିବ। ଘରୋଇ କ୍ଷେତ୍ରର କଂପାନିଗୁଡ଼ିକ ଲାଗି ଚଳିତ ବର୍ଷ ଜୁନ୍‌ରୁ କୋଇଲା ଖଣି ନିଲାମ ଆରମ୍ଭ ହୋଇଥଲା। ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ଥିବା ୩୮ଟି କୋଇଲା ଖଣି ମଧ୍ୟରୁ ୪୬ଟି କଂପାନି ୧୯ଟି କୋଇଲା ଖଣି ନିମନ୍ତେ ବିଡ୍‌ ଦାଖଲ କରିଥିଲେ। ମୋଟ ୮୨ଟି ବିଡ୍‌ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe