ତଥ୍ୟ ସୁରକ୍ଷା ନେଇ ଟ୍ରାଇ ଅସନ୍ତୁଷ୍ଟ

Advertisment
ତଥ୍ୟ ସୁରକ୍ଷା ନେଇ ଟ୍ରାଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଦୂର ସଂଚାର କ୍ଷେତ୍ରରେ ଗ୍ରାହକମାନଙ୍କର ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏହା ଉପରେ ଚିନ୍ତା ପ୍ରକଟ କରି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛି ଯେ, ଗ୍ରାହକ ହେଉଛନ୍ତି ନିଜ ବ୍ୟକ୍ତିଗତ ତଥ୍ୟର ମାଲିକ। କମ୍ପାନି ଗୁଡ଼ିକର ସେହି ତଥ୍ୟ ଉପରେ କୌଣସି ଅଧିକାର ନାହିଁ। ସେମାନେ କେବଳ ସେହି ତଥ୍ୟର ସଂରକ୍ଷକ। କଂପାନିଗୁଡ଼ିକ ସେହି ତଥ୍ୟ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ବ୍ୟବହାର କରିବା ଅନୁଚିତ। ନୂଆ ତଥ୍ୟ ସୁରକ୍ଷା ନିୟମର ସୁପାରିସ କରି ଟ୍ରାଇ କହିଛି ଯେ, କମ୍ପାନି ଗୁଡ଼ିକ ଗ୍ରାହକଙ୍କଠାରୁ ସଂଗ୍ରହ ଓ ବ୍ୟବହାର କରୁଥିବା ତଥ୍ୟ ଉପରେ ସେମାନେ କୌଣସି ଅଧିକାର ଦାବି କରିପାରିବେ ନାହିଁ। ଟ୍ରାଇ କହିଛି ଯେ, ଗ୍ରାହକମାନଙ୍କୁ ବିକଳ୍ପ ଚୟନ କରିବା, ସହମତି ଦେବା ଓ ସୂଚନାକୁ ହଟାଇବାର କ୍ଷମତା ମିଳିବା ଦରକାର। ଗ୍ରାହକମାନଙ୍କ ବ୍ୟକ୍ତିଗତ ତଥ୍ୟକୁ କମ୍ପାନି ଗୁଡ଼ିକ ଅପବ୍ୟବହାର କରିପାରିବେ ନାହିଁ। ଯଦି ସେଭଳି ହେଉଥିବ ତାହା ବନ୍ଦ ହେବା ଦରକାର ବୋଲି ଟ୍ରାଇ ମତ ଦେଇଛି। ସରକାର ସେହି ସବୁ ପ୍ରକାର ସଂସ୍ଥାକୁ ଗୋଟିଏ ଢାଞ୍ଚା ପରିସରକୁ ଆଣିବା ଲାଗି ପ୍ରୟାସ କରିବା ଦରକାର,ଯେଉଁମାନେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି ଓ ସେଥିରେ ପରିବର୍ତ୍ତନ ମଧ୍ୟ କରୁଛନ୍ତି। ତଥ୍ୟ ଚୋରି ବିଷୟରେ କମ୍ପାନି ଗୁଡ଼ିକ ଗ୍ରାହକଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବା ଦରକାର ବୋଲି ଟ୍ରାଇ କହିଛି। ବ୍ରାଉଜର ଓ ଅପରେଟିଂ ସିଷ୍ଟମ ଗୁଡ଼ିକୁ ସରକାର ନିୟନ୍ତ୍ରଣ କରିବା ଦରକାର ବୋଲି ଟ୍ରାଇ ସୁପାରିସ କରିଛି। ତଥ୍ୟରୁ ଗ୍ରାହକଙ୍କ ପରିଚୟ ହଟାଇବା ପାଇଁ ସ୍ୱତନ୍ତ୍ର ମାନଦଣ୍ଡ ଧାର୍ଯ୍ୟ କରିବାକୁ ଟ୍ରାଇ ପ୍ରସ୍ତାବ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe