ପେଟ୍ରୋଲ ନେଇ ସଚିବଙ୍କ ନିରାଶାଜନକ ମନ୍ତବ୍ୟ

Advertisment

ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ ହ୍ରାସ ପାଇଛି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ତେଣୁ ତେଲ କମ୍ପାନିଗୁଡ଼ିକ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଦାମ୍‌ କମାଇବେ ବୋଲି ଗ୍ରାହକ ଆଶାବାନ୍ଧି ରହିଛନ୍ତି।

ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ ହ୍ରାସ ପାଇଛି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ତେଣୁ ତେଲ କମ୍ପାନିଗୁଡ଼ିକ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଦାମ୍‌ କମାଇବେ ବୋଲି ଗ୍ରାହକ ଆଶାବାନ୍ଧି ରହିଛନ୍ତି।

Petrol-diesel vehicles sold  to be stop in India by this year

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ତଳକୁ ହ୍ରାସ ପାଇଛି। ଗତ ପ୍ରାୟ ୩ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ତେଣୁ ତେଲ କମ୍ପାନିଗୁଡ଼ିକ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଦାମ୍‌ କମାଇବେ ବୋଲି ଗ୍ରାହକ ଆଶାବାନ୍ଧି ରହିଛନ୍ତି। କିନ୍ତୁ ଗ୍ରାହକଙ୍କୁ ନିରାଶ କରିବା ଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ସଚିବ ପଙ୍କଜ ଜୈନ। ସେ କହିଛନ୍ତି, ଅଶୋଧିତ ତେଲ ଦର ଦୀର୍ଘଦିନ ଧରି କମ୍‌ସ୍ତରରେ ରହିଲେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦାମ୍‌ କମାଇବା ନେଇ ବିଚାର କରିବେ।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୧୪ରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ପେଟ୍ରୋଲ ଦର ୨୦୧୦ରୁ ଏବଂ ଡିଜେଲ ଦରକୁ ୨୦୧୪ରୁ ନିୟନ୍ତ୍ରଣମୁକ୍ତ କରାଯାଇ ଅନ୍ତର୍ଜାତୀୟ ବଜାର ଦର ସହିତ ଯୋଡ଼ାଯାଇଛି। କିନ୍ତୁ ଗତ କିଛିବର୍ଷ ହେଲା କମ୍ପାନିଗୁଡ଼ିକ ଦୈନିକ ସଂଶୋଧନ ଆଉ କରୁନାହାନ୍ତି। ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଏବଂ ଡିଜେଲ ଦର ୯୦ ଟଙ୍କାକୁ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe