ଆତ୍ମନିର୍ଭର ଭାରତ ବଜେଟ୍ ସମ୍ପର୍କିତ ୱେବିନାର୍‌

Advertisment
ଆତ୍ମନିର୍ଭର ଭାରତ ବଜେଟ୍ ସମ୍ପର୍କିତ ୱେବିନାର୍‌

ଭୁବନେଶ୍ବର: କେନ୍ଦ୍ର ବଜେଟ୍ ୨୦୨୧-୨୨କୁ ନେଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ୍‌ ୨୦୨୧-୨୨ ଉପରେ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ପୂର୍ବତନ ପ୍ରଧାନ ପ୍ରମୁଖ ଆୟକର ଆୟୁକ୍ତ ଶରତ କୁମାର ଦାଶ କହିଛନ୍ତି ଯେ କରୋନା ମହାମାରୀ ପରବର୍ତି ସମୟରେ କୃଷି, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ଉପରେ ଗୁରୁତ୍ବାରୋପ କରି ଆତ୍ମନିର୍ଭର ଭାରତ ଗଠନ ପାଇଁ ଅଣାଯାଇଥିବା ବଜେଟ୍‌ ‌ପ୍ରଶଂସାଯୋଗ୍ୟ। ଜନ ସାଧାରଣଙ୍କ ଉପରେ କୌଣସି ବୋଝ ନ ଲଦି କରୋନା ମୁକାବିଲା ପାଇଁ ବ୍ୟୟବରାଦ ପ୍ରସ୍ତାବ ରଖିବା ସହ ଷ୍ଟାର୍ଟ ଅପ କମ୍ପାନି ପାଇଁ ଟ୍ୟାକ୍ସ ହଲିଡେ ଓ ୭୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ନିମନ୍ତେ ରିଟର୍ଣ୍ଣ ଫାଇଲ ରିହାତି ଇତ୍ୟାଦି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଥିଲେ।

ବିଶିଷ୍ଟ ଚାଟାର୍ଟ ଆକାଉଣ୍ଟାଣ୍ଟ୍‌ ଅରୁଣ କୁମାର ସାବତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ସରକାର କେତେକ ସାହସିକ ପଦକ୍ଷେପ ବଜେଟ୍‌ରେ ଗ୍ରହଣ କରିଛନ୍ତି ବୋଲି କହିଥିଲେ। ବିଶିଷ୍ଟ ଅର୍ଥନୀତିଜ୍ଞ ରମଣ ଅଗ୍ରୱାଲ୍‌ ବଜେଟକୁ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଏକ ଦୃଶ୍ୟପଟ୍ଟ ଭାବେ ବିବେଚନା କରିଛନ୍ତି। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାର୍‌ରେ ଆଞ୍ଚଳିକ କ୍ଷେତ୍ର ପ୍ରଚାର, ଭୁବନେଶ୍ୱର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଉପନିର୍ଦ୍ଦେଶକ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ଗଣଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ ଚୌଧୁରୀ ଓ ସହାୟକ ସ୍ବାଧୀନ ଶକ୍ତିପ୍ରସାଦ ୱେବିନାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe