ମୋବାଇଲ ଦୋକାନୀଙ୍କ ନୂଆ ଅଫର: ସ୍ମାର୍ଟଫୋନ୍‌ କିଣିଲେ ଗ୍ରାହକଙ୍କୁ ମିଳିବ ମାଗଣାରେ ପିଆଜ

ମୋବାଇଲ ଦୋକାନୀଙ୍କ ନୂଆ ଅଫର: ସ୍ମାର୍ଟଫୋନ୍‌ କିଣିଲେ ଗ୍ରାହକଙ୍କୁ ମିଳିବ ମାଗଣାରେ ପିଆଜ

ଚେନ୍ନାଇ:  ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋପିଛା ୧୦୦ରୁ ୧୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ତାମିଲନାଡୁର ମଦୁରାଇରେ ପିଆଜ କିଲୋପିଛା ୨୦୦ଟଙ୍କା ଦରରେ ବିକ୍ରି ହେଉଛି।

publive-image The News Minute

ପିଆଜ ମୂଲ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ବେଳେ ଏହି କ୍ରମରେ ତାମିଲନାଡୁର ପଟ୍ଟୁକୋଟ୍ଟଇରେ ମୋବାଇଲ ବିକ୍ରି କରୁଥିବା ଜଣେ ଦୋକାନୀ ସ୍ମାର୍ଟଫୋନ୍‌ ବିକ୍ରି କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ଦୋକାନୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମୋବାଇଲ କିଣିଲେ ମାଗଣାରେ ପିଆଜ ଦେବା ପାଇଁ ବିଜ୍ଞାପନ ଦେଇଛନ୍ତି।

publive-image The News Minute

ଏସ୍‌ଟିଆଇ ମୋବାଇଲ  ଦୋକାନ ଚଳାଉଥିବା ଦୋକାନୀ ଅଧିକାଂଶ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଣିକି ସ୍ମାର୍ଟଫୋନ୍‌ କିଣିଲେ ମାଗଣାରେ ପିଆଜ ଦେବା ଅଫର ଦେଇଛନ୍ତି। ଦୋକାନୀ ଘୋଷଣା କରିଛନ୍ତି କି, ଯିଏ ତାଙ୍କ ଦୋକନରୁ ସ୍ମାର୍ଟଫୋନ୍‌ କିଣିବ, ତାଙ୍କୁ ସେ ଏକ କିଲୋ ପିଆଜ ମାଗଣାରେ ଦେବେ। ଏହି ଘୋଷଣା ପରେ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ବି ମିଳୁଛି। ଯେଉଁ ଗ୍ରାହକମାନଙ୍କ ନୂଆ ସ୍ମାର୍ଟଫୋନ୍‌ କିଣିବାର ଅଛି ସେମାନେ ଏହି ଦୋକାନୀଙ୍କ ଦୋକାନରେ ଭିଡ ଜମାଇ ନୂଆ ସ୍ମାର୍ଟଫୋନ୍‌ କିଣି ଗୋଟିଏ କିଲୋ ପିଆଜକୁ ମାଗଣାରେ ନେଇ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe