ବୁଝିହେଉଥିବା ସରଳ ଆୟକର ନୋଟିସ୍‌ ପଠାଅ: ନିର୍ମଳା

Advertisment
ବ୍ୟାଙ୍କ ସଂକଟ ନେଇ ସତର୍କ ହେଲେ ଭାରତ ସରକାର, ଜରୁରୀ ବୈଠକ ଡକାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରଳ ଭାଷା ବ୍ୟବହାର କରି ସହଜରେ ବୁଝିହେଉଥିବା ଆୟକର ନୋଟିସ୍‌ ଟିକସଦାତାଙ୍କ ନିକଟକୁ ପଠାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଧମକାଇବା ଭଳି ଭାଷା ପରିହାର କରି ବନ୍ଧୁ ଭଳି ବ୍ୟବହାର କରିବାକୁ ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଟିକସଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ପ୍ରଥମ ଦିନର ଅନୁଭୂତି ଯାହା ଶେଷ ତାରିଖ ଅନୁଭୂତି ମଧ୍ୟ ସେଇଆ ହେଉ। ଧମକାଇବା ଭଳି ଭାଷା ଓ ବାର୍ତ୍ତା ପରିହାର କରିବାକୁ ସେ ଟିକସ ଅଧିକାରୀମାନଙ୍କୁ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶରେ ପ୍ରଚଳନରେ ଥିବା ନୂଆ ଟିକସ ବ୍ୟବସ୍ଥାକୁ ୭୨ ପ୍ରତିଶତ ଟିକସଦାତା ଗ୍ରହଣ କରିଛନ୍ତି। ତାହା ସରଳ, ସେଥିରେ କୌଣସି ଛାଡ଼ ନାହିଁ, ତେଣୁ ମୁଣ୍ଡବ୍ୟଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe