ମୁମ୍ବାଇ: ନୂଆବର୍ଷରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୨୪୪ ପଏଣ୍ଟ ହ୍ରାସ ସହ ପାଇ ୩୩୮୧୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୯୫ ପଏଣ୍ଟ ହ୍ରାସ ପାଇ ୧୦୪୩୫ ପଏଣ୍ଟରେ ବନ୍ଦ ହୋଇଛି। ନୂଆବର୍ଷ ଯୋଗୁଁ ବିଶ୍ୱର ଅନେକ ରାଷ୍ଟ୍ରର ଷ୍ଟକ ବଜାର ଆଜି ବନ୍ଦ ରହିଥିଲା। ବିଶ୍ୱ ସ୍ତରର ଟ୍ରେଣ୍ଡ୍ ଜଣାନପଡ଼ିବାରୁ ନିବେଶକମାନେ ଲାଭ ପାଇବା ଆଶାରେ ସେମାନଙ୍କ ପାଖରେ ଥିବା ସେୟାରଗୁଡ଼ିକୁ ବିକ୍ରି କରିଥିଲେ। ଏହାର ପ୍ରଭାବରେ ସେନ୍ସେକ୍ସ ଏତେ ତଳକୁ ଖସି ଆସିଥିଲା। ବିଗତ ଏକ ମାସ ଭିତରେ ସେନ୍ସେକ୍ସରେ ଏହା ସର୍ବବୃହତ ଦିନିକିଆ ହ୍ରାସ। ଦିନର ଶେଷ ଚାରି ଘଣ୍ଟାରେ ଅଧିକ ସେୟାର ବିକ୍ରି ହୋଇଥିଲା। ଏଭଳି ସ୍ଥିତି ସତ୍ତ୍ୱେ କିଛି ନିବେଶକ ରିଅଲ ଇଷ୍ଟେଟ୍, ବିଦ୍ୟୁତ ଶକ୍ତି, କ୍ୟାପିଟାଲ୍ ଗୁଡସ୍ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ ଗୁଡସ୍ କଂପାନିଗୁଡ଼ିକର ସେୟାର ଖରିଦ କରୁଥିବା ଦେଖିବାକୁ ମିଳିଥିଲା।
ନୂଆବର୍ଷରେ ସେନ୍ସେକ୍ସ ଖସିଲା
Advertisment
Follow Us