ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାରରେ ଆଜି ଅସ୍ଥିର କାରବାର ଦେଖିବାକୁ ମିଳିଥିଲା। ନିବେଶକମାନେ ବିଭିନ୍ନ କମ୍ପାନିର ସେୟାର ବିକ୍ରି କରିଦେବାରୁ ସେନ୍ସେକ୍ସ ଏକ ସମୟରେ ୪୫୦ ପଏଣ୍ଟ ହ୍ରାସ ପାଇଥିଲା। କାରବାର ଶେଷବେଳକୁ କିଛି ନିବେଶକ ସେୟାର କିଣିବାରୁ ସେନ୍ସେକ୍ସରେ ସୁଧାର ଆସିଥିଲା। ଆଜି ୩୪୩ ପଏଣ୍ଟ ହ୍ରାସ ସହ ସେନ୍ସେକ୍ସ ୩୩୬୯୦ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ମଧ୍ୟ ୯୯ ପଏଣ୍ଟ୍ ହ୍ରାସ ଘଟିଛି ଓ ଏହା ୧୦୧୨୪ ପଏଣ୍ଟରେ ବନ୍ଦ ହୋଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ଷ୍ଟକ ବଜାର କାରବାର ମାନ୍ଦା ରହିବାରୁ ଭାରତରେ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us