ସେନ୍‌ସେକ୍ସରେ ୬୨୯ ପଏଣ୍ଟ୍‌ ବୃଦ୍ଧି

Advertisment
ବଜେଟ ଯୋଗୁଁ ଶନିବାର ଦିନ ଷ୍ଟକବଜାର ଖୋଲା ରହିବ, କିନ୍ତୁ ବ୍ୟାଙ୍କ ବନ୍ଦ ରହିବ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛି ‌ସେୟାର ବଜାର। ଉଭୟ ବମ୍ବେ ଷ୍ଟକ ବଜାର ଓ ଜାତୀୟ ଷ୍ଟକ ବଜାରରେ ନିବେଶକମାନେ ମନଖୋଲି କାରବାର କରିଛନ୍ତି। ଗତକାଲି ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆଜିର କାରବାରକୁ ଆଦୌ ପ୍ରଭାବିତ କରିପାରିନାହିଁ। ଆଜି ୬୨୯ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ସହ ସେନ୍‌ସେକ୍ସ ୩୫,୭୭୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୧୮୮ ପଏଣ୍ଟ୍‌ ବୃଦ୍ଧି ସହ ୧୦,୭୩୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ବଜାରରେ ସବୁଠୁ ଅଧିକ ଚାହିଦାରେ ଥିବା ଏୟାରଟେଲ୍, ୟେସ୍‌ ବ୍ୟାଙ୍କ, ଆଦାନି ପ‌ୋର୍ଟସ୍‌, ଟାଟା ମୋଟର୍ସ, ଟାଟା ଷ୍ଟିଲ୍‌, ବଜାଜ ଅଟୋ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ବେଦାନ୍ତର ସେୟାର ମୂଲ୍ୟ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe