ସେନ୍‌ସେକ୍ସ ୬୭୪ ପଏଣ୍ଟ୍‌ ଖସିଲା

ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ହ୍ରାସର ଧାରା ଜାରି ରହିଛି। ଦେଶରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅର୍ଥନୀତିରେ ସୁଧାର ହେବା ଆହୁରି ବିଳମ୍ବିତ ହେବ ବୋଲି ଜାଣିପାରିଥିବା ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି କରୁଛନ୍ତି। ଏହାର ପ୍ରଭାବରେ ଆଜି ସେନ୍‌ସେକ୍ସ ୬୭୪ ପଏଣ୍ଟ୍‌ ହ୍ରାସ ପାଇ ୨୭,୫୯୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୭୦ ପଏଣ୍ଟ୍‌ ହ୍ରାସ ପାଇ ୮୦୮୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ବଜାରର ମଧ୍ୟମ ଧରଣର କଂପାନି ଓ କ୍ଷୁଦ୍ର କଂପାନିର ସୂଚକାଙ୍କରେ ଏକ ପ୍ରତିଶତ ଲେଖାଏଁ ହ୍ରାସ ଘଟିଛି। ନିଫ୍‌ଟି ୫୦ରେ ଆକ୍ସିସ୍ ବ୍ୟାଙ୍କ ଓ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ସର୍ବାଧିକ କ୍ଷତି ସହିଛନ୍ତି। ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ, ଟାଇଟାନ୍, ଶ୍ରୀ ସିମେଣ୍ଟ୍‌, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ମାରୁତି ସୁଜୁକି, ଏଚଡିଏଫ୍‌ସି, ଏସିଆନ୍ ପେଣ୍ଟସ୍‌ ଓ ୱିପ୍ରୋ ସେୟାର ମୂଲ୍ୟ ମଧ୍ୟ ୫ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ଅପର ପକ୍ଷରେ, ସିପ୍‌ଲା, ଆଇଟିସି, ଗେଲ୍‌, ଓଏନ୍‌ଜିସି, ଭାରତ ପେଟ୍ରୋଲିୟମ୍, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଜି ଏଣ୍ଟରଟେନ୍‌ମେଣ୍ଟ୍‌, ଟେକ୍ ମହିନ୍ଦ୍ରା ଓ ଭାରତୀ ଇନ୍‌ଫ୍ରାଟେଲ୍‌ର ସେୟାର୍‌ ଦାମ୍‌ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe