୮୪ ହଜାର ଉପରେ ସେନ୍‌ସେକ୍ସ: ନିବେଶକଙ୍କୁ ୬ ଲକ୍ଷ କୋଟି ଫାଇଦା

Advertisment

ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା।

ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା। ନିବେଶକମାନେ ଅଟୋମୋବାଇଲ୍‌, ବ୍ୟାଙ୍କ ଓ କ୍ୟାପିଟାଲ୍ ଗୁଡ୍‌ସ କମ୍ପାନିର ସେୟାରଗୁଡ଼ିକରୁ ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୪ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି। ସେନ୍‌ସେକ୍ସ ଆଜି ୧୩୫୯ ପଏଣ୍ଟ ବୃଦ୍ଧି ପାଇ ୮୪,୫୪୪ ପଏଣ୍ଟରେ ବନ୍ଦ ହୋଇଛି।

ସେହିପରି, ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୭୫ ପଏଣ୍ଟ ବୃଦ୍ଧି ପାଇ ୨୫,୭୯୦ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ଆଜି ଗୋଟିଏ ଦିନରେ ୬.୨୪ ଲକ୍ଷ କୋଟି ଟଙ୍କାର ଫାଇଦା ପାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌) ୪୭୧.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଜି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ଏଲ୍‌ଆଣ୍ଡଟି ଓ ଭାରତୀ ଏୟାରଟେଲ୍‌ ସେୟାର ମୂଲ୍ୟ ବୃଦ୍ଧି ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe