Image Courtesy of Zee News
ନୂଆଦିଲ୍ଲୀ: ଗୁରୁବାର ସକାଳେ ବ୍ୟବସାୟ ଆରମ୍ଭ ହେବା ପରେ ପରେ ସେନ୍ସେକ୍ସ୍ (ସେୟାର୍ ବଜାର) ୩୦୦ ପଏଣ୍ଟ୍ ଅତିକ୍ରମ କରିବା ସହ ପ୍ରଥମ କରି ୫୦, ୦୦୦-ମାର୍କରେ ପହଞ୍ଚି ଇତିହାସ ସୃଷ୍ଟି କରିଛି। ଯାନବାହନ ଏବଂ ଟେଲିକମ୍ ଷ୍ଟକ୍ଗୁଡ଼ିକର ସେୟାର୍ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ କ୍ରୟ ହୋଇଛି। ଗୁରୁବାର ଦିନ ଏହି ସେନ୍ସେକ୍ସ୍ ବୃଦ୍ଧିରେ ବୈଶ୍ୱିକ ବଜାର ସକାରାତ୍ମକ ଧାରା ମଧ୍ୟ ସହାୟକ ହୋଇଛି।
ସର୍ବୋଚ୍ଚ ୫୦,୧୨୬.୭୩-ମାର୍କ ଛୁଇଁଥିବା ଆଜିର ସେନ୍ସେକ୍ସ୍ ସକାଳର ପ୍ରାରମ୍ଭିକ ବ୍ୟବସାୟରେ ୩୦-ସେୟାର୍ ବିଏସ୍ଇ ଇଣ୍ଡେକ୍ସ୍ ୩୦୦.୦୯ ପଏଣ୍ଟ୍ ବା ୫୦, ୦୯୨.୨୧ରେ ରହି ୦.୬୦%ରେ ବିକ୍ରୟ ହୋଇଥିଲା। ସେହିଭଳି ବ୍ରଡର୍ ‘ଏନ୍ଏସ୍ଇ ନିଫ୍ଟି ମଧ୍ୟ ୮୫.୪୦% ବା ୧୪,୭୩୦.୧୦ର ୦.୫୮ରେ ବ୍ୟବସାୟ କରିଥିଲା। ପ୍ରାରମ୍ଭିକ ବ୍ୟବସାୟରେ ୧୪,୭୩୮.୩୦ ଛୁଇଁ ଏହା ମଧ୍ୟ ସର୍ବୋଚ୍ଚସ୍ତରକୁ ଉଠିଥିଲା।
Image Courtesy of India Todayସୂଚନାଯୋଗ୍ୟ, ୧୯୭୯ ପର ଠାରୁ ସେନ୍ସେକ୍ସ୍ ୧୦ ଥର ଶୀର୍ଷସ୍ତରକୁ ଉତ୍ତୀର୍ଣ୍ଣ ହୋଇଛି। ସେନ୍ସେକ୍ସ୍ ୧୯୭୯ ଏପ୍ରିଲ୍ରେ ୧୦୦ ମାର୍କ, ୧୯୯୦ ଜୁଲାଇରେ ୧୦୦୦ ମାର୍କ, ୨୦୦୬ ଫେବ୍ରୁଆରିରେ ୧୦୦୦୦ ମାର୍କ, ୨୦୦୭ ଡିସେମ୍ବରରେ ୨୦୦୦୦ ମାର୍କ, ୨୦୧୫ ମାର୍ଚରେ ୩୦୦୦୦ ମାର୍କ, ୨୦୧୯ ମେରେ ୪୦୦୦୦ ମାର୍କ, ୨୦୧୯ ନଭେମ୍ବରରେ ୪୧୦୦୦ ମାର୍କ, ୨୦୨୦ ଡିସେମ୍ବର ୩୧ରେ ୪୭୮୯୬ ମାର୍କ, ୨୦୨୧ ଜାନୁଆରି ୨୦ରେ ୪୯୮୭୪ ମାର୍କ, ଏବଂ ୨୦୨୧ ଜାନୁଆରି ୨୧ରେ ୫୦,୦୦୦ ମାର୍କ ଛୁଇଁଛି।
Follow Us