ସେୟାର ବଜାରରେ ବଡ଼ଧରଣର ହ୍ରାସ, ୧୨୭୨ ପଏଣ୍ଟ କମିଲା ସେନସେକ୍ସ

ସୋମବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି।  ଆଜି ଅର୍ଥାତ୍ ସେପ୍ଟେମ୍ବରର ଶେଷ ସୋମବାରରେ ବିଏସଇ ସେନସେକ୍ସ ୧୨୭୨.୦୭ ପଏଣ୍ଟ ହ୍ରାସ ପାଇ ୮୪,୨୯୯.୭୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଅନ୍ୟପଟେ ନିଫ୍ଟି-୫୦  ମଧ୍ୟ ୩୬୮.୧୦ ପଏଣ୍ଟ ହ୍ରାସ ପାଇ ୨୫,୮୧୦.୮୫ ପଏଣ୍ଟରେ ବନ୍ଦ ହୋଇଛି।

ଅଦ୍ୟତନ ହୋଇଛି
bse

ମୁମ୍ବାଇ: ସୋମବାର ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି।  ଆଜି ଅର୍ଥାତ୍ ସେପ୍ଟେମ୍ବରର ଶେଷ ସୋମବାରରେ ବିଏସଇ ସେନସେକ୍ସ ୧୨୭୨.୦୭ ପଏଣ୍ଟ ହ୍ରାସ ପାଇ ୮୪,୨୯୯.୭୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ଅନ୍ୟପଟେ ନିଫ୍ଟି-୫୦  ମଧ୍ୟ ୩୬୮.୧୦ ପଏଣ୍ଟ ହ୍ରାସ ପାଇ ୨୫,୮୧୦.୮୫ ପଏଣ୍ଟରେ ବନ୍ଦ ହୋଇଛି।

କ୍ରମାଗତ ଦ୍ବିତୀୟ ଦିନ ପାଇଁ ସେୟାର ବଜାରରେ ହ୍ରାସ ରେକର୍ଡ କରାଯାଇଛି।ଗତ ସପ୍ତାହର ଶୁକ୍ରବାର ଦିନ ରେକର୍ଡ ସ୍ତରରେ ପହଞ୍ଚିବା ପରେ ବନ୍ଦ ହେବାବେଳକୁ ସୂଚକାଙ୍କରେ ହ୍ରାସ ଦେଖାଦେଇଥିଲା ।

ଆଜି ସେନ୍ସେକ୍ସର ୩୦ଟି କମ୍ପାନି ମଧ୍ୟରୁ ମାତ୍ର ୫ଟି କମ୍ପାନିର ସେୟାର ବୃଦ୍ଧି ପାଇଥିବା ବେଳେ ବାକି ୨୫ଟି କମ୍ପାନିର ସେୟାର କ୍ଷତି ସହ ବନ୍ଦ ହୋଇଛି। ନିଫ୍ଟିର ୫୦ଟି କମ୍ପାନୀ ମଧ୍ୟରୁ ମାତ୍ର ୯ ଟି କମ୍ପାନୀର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଥିବା ବେଳେ ୪୧ ଟି କମ୍ପାନୀର ସେୟାର ଲାଲ ରଙ୍ଗରେ ବନ୍ଦ ହୋଇଛି ।

ସେନସେକ୍ସରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ସର୍ବାଧିକ ୨.୮୬ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏନଟିପିସି ୧.୨୫ ପ୍ରତିଶତ, ଟାଟା ଷ୍ଟିଲ୍ ୧.୦୮ ପ୍ରତିଶତ, ଟାଇଟାନ୍ ୦.୪୧ ପ୍ରତିଶତ ଏବଂ ଏସିଆନ୍ ପେଣ୍ଟସ୍ ୦.୨୨ ପ୍ରତିଶତ ବୃଦ୍ଧି ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe