୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌; ୬% ହ୍ରାସ ପାଇଲା ଜମାଟୋ ସେୟାର୍‌

Advertisment
ସେନ୍‌ସେକ୍ସରେ ୧,୭୩୬ ପଏଣ୍ଟ୍‌ ବୃଦ୍ଧି

Image Courtesy of India Today

ମୁମ୍ବାଇ: ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି।

ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ ‘ବିଏସ୍‌ଇ ସେନ୍‌ସେକ୍ସ୍‌’ ୯୮୦.୦୧ ପଏଣ୍ଟ୍‌ ବା ୧.୬୬% କମ୍‌ରେ ବ୍ୟବସାୟ କରୁଥିଲା। ସେହିପରି, ନିଫ୍‌ଟି ୫୦ ମଧ୍ୟ ୧୭,୩୩୨.୨୫ରେ ଥାଇ ୨୮୩.୬୦ ବା ୧.୬୧%କୁ ହ୍ରାସ ପାଇଛି।

publive-image Image Courtesy of India Today

୨%ରୁ ଅଧିକ ହ୍ରାସ ପାଇ ସେନ୍‌ସେକ୍ସ୍‌ ପ୍ୟାକ୍‌ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ‘ଇମ୍ଫୋସିସ୍’। କ୍ଷତି ସହିବାରେ ତା’ପଛକୁ ରହିଛି ‘ୱିପ୍ରୋ’, ‘ଟେକ୍‌ ମହିନ୍ଦ୍ରା’, ‘ଏଚ୍‌ସିଏଲ୍‌ ଟେକ୍‌’ ‘ଏଚ୍‌ଡିଏଫ୍‌ସି’, ‘ବଜାଜ୍‌ ଫାଇନାନ୍‌ସ୍‌’, ‘ଏମ୍‌ ଆଣ୍ଡ୍‌ ଏମ୍‌’ ଏବଂ ‘ବଜାଜ୍‌ ଫିନ୍‌ସର୍ଭ’। ‘ଜମାଟୋ’ ସେୟାର୍‌ ମଧ୍ୟ ୬% ହ୍ରାସ ପାଇଛି। ତ୍ରୈମାସିକ ପତନ ପରେ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ସେୟାର୍‌ ମଧ୍ୟ ୨.୩% ହ୍ରାସ ପାଇଛି

ଅପରପକ୍ଷରେ, ‘ଏନ୍‌ଟିପିସି’ ଏବଂ ‘ନେସ୍‌ଲେ ଇଣ୍ଡିଆ’ ଆଜିର ବ୍ୟବସାୟରେ ଲାଭବାନ୍ ହୋଇଛନ୍ତି।

ଗତରାତିରେ ଯୁକ୍ତରାଷ୍ଟ୍ର ଆମେରିକା ମାର୍କେଟ୍‌ରେ ଅଧିକ ସେୟାର୍‌ ବିକ୍ରୟ ହୋଇଥିବାରୁ ଏସୀୟ ଆଜି ଏସୀୟ ସେୟାର୍‌ ମାର୍କେଟ୍‌ର ପତନ ଘଟିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe