ସେନ୍‌ସେକ୍ସ ୫୦ ହଜାର ଟପିଲା: ୨ ଦିନରେ ନିବେଶକଙ୍କ ଲାଭ ୫.୭୮ ଲକ୍ଷ କୋଟି

Advertisment
ସେନ୍‌ସେକ୍ସ ୭୪,୦୦୦ ଟପିଲା

Image Courtesy of Zee News

ମୁମ୍ବାଇ: ଦୀର୍ଘ ସାତ ସପ୍ତାହର ବ୍ୟବଧାନ ପରେ ବମ୍ବେ ଷ୍ଟକ ବଜାର ପୁଣି ଥରେ ୫୦ ହଜାର ପଏଣ୍ଟ୍‌ ଉପରେ ବନ୍ଦ ହୋଇଛି। ଗତ ଦୁଇ ଦିନରେ ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ଘଟିବାରୁ ଏହା ସମ୍ଭବ ହୋଇଛି। ଆଜି ସେନ୍‌ସେକ୍ସ ୬୧୨ ପଏଣ୍ଟ୍‌ ବୃଦ୍ଧି ପାଇ ୫୦,୧୯୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। କରୋନା ସଂକ୍ରମଣରେ ହ୍ରାସ ଧାରା ଆରମ୍ଭ ହୋଇଥିବାରୁ ଅର୍ଥନୀତି ଶୀଘ୍ର ସୁଧାର ପଥକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ସେଥିରେ ଉତ୍ସାହିତ ହୋଇ ନିବେଶକମାନେ ସମ୍ଭାବନାପୂର୍ଣ୍ଣ କଂପାନିଗୁଡ଼ିକର ସେୟାରକୁ ଆଗୁଆ କିଣୁଛନ୍ତି। ସେଥିପାଇଁ ଦୁଇ ଦିନ ହେଲାଣି ସେନ୍‌ସେକ୍ସ ବଢ଼ୁଛି। ଗତକାଲି ଏଥିରେ ୮୪୮ ପଏଣ୍ଟ୍‌ର ବୃଦ୍ଧି ହୋଇଥିଲା।

ଦୁଇ ଦିନରେ ‌ସେନ୍‌ସେକ୍ସରେ ୧୪୬୧ ପଏଣ୍ଟ୍‌ ବୃଦ୍ଧି ‌ହୋଇଛି ଫଳରେ ନିବେଶକମାନଙ୍କୁ ୫.୭୮ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। କେବଳ ଆଜି ସେମାନେ ୨.୭୪ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ୨୦୨୧ ଜାନୁଆରି ୨୧ରେ ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ୍‌ ଅତିକ୍ରମ କରିଥିଲା। ମାତ୍ର କରୋନା ମହାମାରୀର ଦ୍ବିତୀୟ ସଂକ୍ରମଣ ପରେ ତାହା ପୁଣି ତଳକୁ ଖସିଯାଇଥିଲା। ଆଜି ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୧୮୫ ପଏଣ୍ଟ୍‌ ବୃଦ୍ଧି ପାଇ ୧୫,୧୦୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ ବଜାରରେ ଆଜି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ବଜାଜ ଅଟୋ, ଟାଇଟାନ୍, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏଲ୍‌ଆଣ୍ଡ୍‌ଟି ଲାଭବାନ ହୋିଛନ୍ତି। ସେହି ସମୟରେ ଏୟାରଟେଲ୍‌, ଆଇଟିସିି, ଡକ୍ଟର ରେଡ୍ଡିସ୍‌, ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ୟୁଏଲ୍‌ କ୍ଷତି ସହିଛନ୍ତି। ନିବେଶକମାନେ ଆଜି ଗାଡ଼ି, ଶିଳ୍ପ ସଂସ୍ଥା, କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀ ସେୟାର ଅଧିକ କିଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe