ସେନ୍‌ସେକ୍ସରେ ୧୦୨୦ ପଏଣ୍ଟ୍‌ ହ୍ରାସ

Advertisment
ସେନ୍‌ସେକ୍ସରେ ୧୦୨୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ : ଆମେରିକା ପୁଣି ଥରେ ସୁଧ ବଢ଼ାଇବା ପରେ ଭାରତୀୟ ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି। ଆଜି ନିବେଶକମାନେ ବହୁ ପରିମାଣରେ ସେୟାର ବିକ୍ରି କରିବା ଯୋଗୁଁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୧୦୨୦ ପଏଣ୍ଟ୍‌ ହ୍ରାସ ପାଇ ୫୮,୦୯୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୪ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୩୦୨ ପଏଣ୍ଟ୍‌ ହ୍ରାସ ପାଇ ୧୭,୩୨୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe