ଷ୍ଟକବଜାରରେ ବଡ଼ ଧରଣର ହ୍ରାସ, ନିବେଶକ ହରାଇଲେ ୫ ଲକ୍ଷ କୋଟି

ସପ୍ତାହର ଶେଷ ଦିନରେ ଭାରତୀୟ ସେୟାର ବଜାରରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । ବିଏସ୍ଇ ସେନ୍ସେକ୍ସ ୧୦୧୭.୨୩ ପଏଣ୍ଟ ହ୍ରାସ ପାଇ ୮୧,୧୮୩.୯୩ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି-୫୦ ମଧ୍ୟ ୨୯୨.୯୫ ପଏଣ୍ଟ ହ୍ରାସ ପାଇ ୨୪,୮୫୨.୧୫ ପଏଣ୍ଟରେ ବନ୍ଦ ହୋଇଛି।

sensex1

ମୁମ୍ବାଇ: ସପ୍ତାହର ଶେଷ ଦିନରେ ଭାରତୀୟ ସେୟାର ବଜାରରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି । ବିଏସ୍ଇ ସେନ୍ସେକ୍ସ ୧୦୧୭.୨୩ ପଏଣ୍ଟ ହ୍ରାସ ପାଇ ୮୧,୧୮୩.୯୩ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି-୫୦ ମଧ୍ୟ ୨୯୨.୯୫ ପଏଣ୍ଟ ହ୍ରାସ ପାଇ ୨୪,୮୫୨.୧୫ ପଏଣ୍ଟରେ ବନ୍ଦ ହୋଇଛି। ଆଜିର ଏହି ହ୍ରାସ ଫଳରେ ନିବେଶକମାନଙ୍କ ମୋଟ ସଂପତ୍ତିର ପରିମାଣ ୫ ଲକ୍ଷ୩୧ ହଜାର କୋଟି ହ୍ରାସ ପାଇ ୪୬୦.୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । 

ବିଏସ୍ଇ ସେନ୍ସେକ୍ସ ୧୦୧୭.୨୩ ପଏଣ୍ଟ ହ୍ରାସ ପାଇ ୮୧,୧୮୩.୯୩ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି-୫୦ ମଧ୍ୟ ୨୯୨.୯୫ ପଏଣ୍ଟ ହ୍ରାସ ପାଇ ୨୪,୮୫୨.୧୫ ପଏଣ୍ଟରେ ବନ୍ଦ ହୋଇଛି। ଆଜିର ଏହି ହ୍ରାସ ଫଳରେ ନିବେଶକମାନଙ୍କ ମୋଟ ସଂପତ୍ତିର ପରିମାଣ ୫ ଲକ୍ଷ୩୧ ହଜାର କୋଟି ହ୍ରାସ ପାଇ ୪୬୦.୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । 

ଆଜି କ୍ରମାଗତ ତୃତୀୟ ଦିନ ପାଇଁ ବଜାରରେ ହ୍ରାସ ରେକର୍ଡ କରାଯାଇଛି। ଗୁରୁବାର ସେନ୍ସେକ୍ସ ୧୫୧ ପଏଣ୍ଟ ଓ ନିଫ୍ଟି ୫୩ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା। ବୁଧବାର ସେନ୍ସେକ୍ସ ୨୦୨ ପଏଣ୍ଟ ଓ ନିଫ୍ଟି ୮୧ ପଏଣ୍ଟ ହ୍ରାସ ପାଇଥିଲା। ମଙ୍ଗଳବାର ଘରୋଇ ଷ୍ଟକ ବଜାର ସମ୍ପୂର୍ଣ୍ଣ ସ୍ଥିର ରହିଥିଲା।

ଶୁକ୍ରବାର ସେନ୍ସେକ୍ସର ୩୦ଟି କମ୍ପାନି ମଧ୍ୟରୁ ୨୬ଟି କମ୍ପାନି କ୍ଷତି ସହ ଲାଲ ରଙ୍ଗରେ ବନ୍ଦ ହୋଇଥିବା ବେଳେ ମାତ୍ର ୪ଟି କମ୍ପାନି ସବୁଜ ରଙ୍ଗରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୫୦ର ମୋଟ ୫୦ଟି କମ୍ପାନି ମଧ୍ୟରୁ ୪୨ଟି କମ୍ପାନିର ସେୟାର ରେଡ୍ ମାର୍କରେ ବନ୍ଦ ହୋଇଥିବା ବେଳେ ମାତ୍ର ୮ଟି କମ୍ପାନିର ସେୟାର ସବୁଜ ରଙ୍ଗରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe