ସେନ୍‌ସେକ୍ସ ୧୦୬୨ ପଏଣ୍ଟ୍‌ ଖସିଲା: ନିବେଶକ ହରାଇଲେ ୭.୩ ଲକ୍ଷ କୋଟି

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଷ୍ଟକ୍ ବଜାର କାରବାରକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସେଥିପାଇଁ ଗତ କିଛିଦିନ ହେଲାଣି ଷ୍ଟକ୍ ବଜାରର ସୂଚକାଙ୍କରେ ହ୍ରାସ ହେଉଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୦୬୨ ପଏଣ୍ଟ ହ୍ରାସ ପାଇ ୭୨,୪୦୪ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୩୪୫ ପଏଣ୍ଟ ହ୍ରାସ ପାଇ ୨୧,୯୫୭ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ୭.୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୩୯୩.୭୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଷ୍ଟକ୍ ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ ନିର୍ବାଚନ ଫଳାଫଳକୁ ନେଇ ଅନିଶ୍ଚିତତା ଯୋଗୁଁ ନିବେଶକମାନେ ବହୁତ ଭାବିଚିନ୍ତି ନିବେଶ କରୁଛନ୍ତି।

ଦ୍ବିତୀୟ କାରଣଟି ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଲାର୍ସନ୍ ଆଣ୍ଡ ଟବ୍ରୋ ଭଳି ବଡ଼ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଘଟୁଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇଟିସି ସେୟାର ଉପରେ ମଧ୍ୟ ଚାପ ରହିଛି। ତୃତୀୟତଃ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ଥିବା ଷ୍ଟକ୍ ବଜାରରେ ମଧ୍ୟ ଏତେଟା ଉତ୍ସାହଜନକ କାରବାର ହେଉନାହିଁ। ତାହା ମଧ୍ୟ ଭାରତରେ ‌ସେୟାର କାରବାରକୁ ପ୍ରଭାବିତ କରିଛି। ବିଭିନ୍ନ କମ୍ପାନି ଘୋଷଣା କରୁଥିବା ଆର୍ଥିକ ଫଳାଫଳ ମଧ୍ୟ ସେୟାର ବିକ୍ରି କ୍ଷେତ୍ରରେ ଅନ୍ୟତମ ଭୂମିକା ଗ୍ରହଣ କରିଛି। ଶେଷରେ, ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ଷ୍ଟକ ବଜାରରୁ ପ୍ରତ୍ୟାହାର କରୁଛନ୍ତି। ଗତକାଲି ସେମାନେ ୨୮୫୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ସପ୍ତାହକ ଭିତରେ ସେମାନେ ୫୦୭୬ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe