୧୨୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ: ଡୁବିଲା ୧.୫୨ ଲକ୍ଷ କୋଟି

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତି କ’ଣ ରହିବ ତାହାକୁ ନେଇ ଆଶଙ୍କା ଥିବାରୁ ଷ୍ଟକ୍ ବଜାର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୧୯୦ ପଏଣ୍ଟ ହ୍ରାସ ପାଇ ୭୯,୦୪୩ ପଏଣ୍ଟରେ ବନ୍ଦ ହୋଇଛି।

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତି କ’ଣ ରହିବ ତାହାକୁ ନେଇ ଆଶଙ୍କା ଥିବାରୁ ଷ୍ଟକ୍ ବଜାର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୧୯୦ ପଏଣ୍ଟ ହ୍ରାସ ପାଇ ୭୯,୦୪୩ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ‌ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୬୧ ପଏଣ୍ଟ ହ୍ରାସ ପାଇ ୨୩,୯୧୪ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନଙ୍କ ୧.୫୨ ଲକ୍ଷ କୋଟି ଟଙ୍କା ଡୁବିଯାଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୪୨.୯୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ଷ୍ଟକ୍ ବଜାର କାରବାର ମାନ୍ଦା ରହିବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଟ୍ରମ୍ପ୍‌ଙ୍କ ନୀତିକୁ ନେଇ ଅନିଶ୍ଚିତତା ଗୋଟିଏ ହୋଇଥିବା ବେଳେ ଅନ୍ୟ କାରଣଟି ହେଉଛି ଆମେରିକାରେ ପ୍ରକାଶ ପାଇଥିବା ମୁଦ୍ରାସ୍ଫୀତି ତଥ୍ୟ। ସେହି ତଥ୍ୟ ଏହି ସଙ୍କେତ ଦେଉଛି ଯେ ଆମେରିକାର ଫେଡେରାଲ୍‌ ରିଜର୍ଭ ତୃତୀୟ ଥର ପାଇଁ ସୁଧରେ ଅଳ୍ପ ହ୍ରାସ କରିପାରେ। ତେଣୁ ଅନ୍ୟ ଦେଶଗୁଡ଼ିକରେ ସୁଧ ହ୍ରାସ ପ୍ରକ୍ରିୟା ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି। ସେଥିପାଇଁ ନିବେଶକମାନେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରଗୁଡ଼ିକର ସେୟାର ବିକ୍ରି କରିଛନ୍ତି। ଆଇଟି କମ୍ପାନିଗୁଡ଼ିକର ‌ସେୟାର ଅଧିକ ବିକ୍ରିହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଇନଫୋସିସ୍‌, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟିସିଏସ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ସେୟାର ମୂଲ୍ୟ ହ୍ରାସ ପାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe