ସେନ୍‌ସେକ୍ସରେ ୮୨୩ ପଏଣ୍ଟ ହ୍ରାସ: ନିବେଶକ ହରାଇଲେ ୭ ଲକ୍ଷ କୋଟି

Advertisment

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଭାବରେ ଭାରତର ଦୁଇ ଷ୍ଟକ୍ ବଜାର କାରବାର ମାନ୍ଦା ରହିଥିଲା। ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୨୩ ପଏଣ୍ଟ ହ୍ରାସ ପାଇ ୮୧,୬୯୧ ପଏଣ୍ଟରେ ବନ୍ଦ ହୋଇଛି।

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଭାବରେ ଭାରତର ଦୁଇ ଷ୍ଟକ୍ ବଜାର କାରବାର ମାନ୍ଦା ରହିଥିଲା। ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୨୩ ପଏଣ୍ଟ ହ୍ରାସ ପାଇ ୮୧,୬୯୧ ପଏଣ୍ଟରେ ବନ୍ଦ ହୋଇଛି।

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଭାବରେ ଭାରତର ଦୁଇ ଷ୍ଟକ୍ ବଜାର କାରବାର ମାନ୍ଦା ରହିଥିଲା। ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୨୩ ପଏଣ୍ଟ ହ୍ରାସ ପାଇ ୮୧,୬୯୧ ପଏଣ୍ଟରେ ବନ୍ଦ ହୋଇଛି। ଏହି ହ୍ରାସ ପ୍ରଭାବରେ ନିବେଶକମାନେ ୭.୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜି ପରିମାଣ ୪୪୯.୪୨ ଲକ୍ଷ କୋଟି ଟଙ୍କା ହୋଇଛି। ସେନ୍‌ସେକ୍ସର ଅଂଶ ଥିବା ୩୦ଟି ସେୟାର ମଧ୍ୟରୁ ୨୭ଟି ହ୍ରାସ ପାଇଥିଲା।

ସୂଚନା ପ୍ରଯୁକ୍ତି, ଏଫ୍‌ଏମ୍‌ସିଜି, ଧାତବ ଓ ଅଟୋମୋବାଇଲ୍ ସେୟାର ହ୍ରାସ ପାଇଛି। ଟାଟା ମୋଟର୍ସର ସେୟାର ୨.୯୮ ପ୍ରତିଶତ ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ୨.୩୦ ପ୍ରତିଶତ ହ୍ରାସ ପାଇଛି। ଏସିଆରେ ଜାପାନ ଓ ହଂକଂର ଷ୍ଟକ୍‌ ବଜାର ସୂଚୀ ହ୍ରାସ ପାଇଛି ଓ କୋରିଆର ସୂଚୀ ବୃଦ୍ଧି ପାଇଛି। ସାଂଘାଇ କମ୍ପୋଜିଟ୍ ସୂଚୀ ସ୍ଥିର ରହିଥିଲା। ଆମେରିକାରେ ଡାଓ ଜୋନ୍‌ ସ୍ଥିର ରହିଥିବା ସହ ନା‌ସ୍‌ଦାକ୍ କମ୍ପୋଜିଟ୍ ଓ ଏସ୍‌ଆଣ୍ଡ୍‌ପି ହ୍ରାସ ସହ ବନ୍ଦ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe