ସେନ୍‌ସେକ୍ସ ୮୨୪ ପଏଣ୍ଟ ହ୍ରାସ: ନିବେଶକଙ୍କ ଡୁବିଲା ୧୦ ଲକ୍ଷ କୋଟି

Advertisment

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।

sensex

ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। 

ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୧୦.୦୩ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଷ୍ଟକ୍ ବଜାରରେ ବ୍ରିଟାନିଆ, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ହିନ୍ଦୁସ୍ତାନ ୟୁନିଲିଭର ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। କିନ୍ତୁ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍, ଟେକ୍ ମହିନ୍ଦ୍ରା, ୱିପ୍ରୋ ଓ ଶ୍ରୀରାମ ଫାଇନାନ୍ସର ସେୟାର ମୂଲ୍ୟ କମ୍ ହୋଇଛି। ଦେଶ ଓ ବିଦେଶରେ ଘଟିଥିବା ବିଭିନ୍ନ ଘଟଣା ପାଇଁ ସେନ୍‌ସେକ୍ସ ହ୍ରାସ ପାଇଛି। ଏହାର ପ୍ରଭାବରେ ସୂଚନା ପ୍ରଯୁକ୍ତି ଓ ଧାତବ କ୍ଷେତ୍ରର ସେୟାର ତଳକୁ ଖସିଛି। ମିଡ୍‌-କ୍ୟାପ୍ ଓ ସ୍ମଲ୍‌ କ୍ୟାପ୍‌ ବର୍ଗରେ ଅଧିକ ହ୍ରାସ ଘଟିଛି। ସେନ୍‌ସେକ୍ସ ତଳକୁ ଖସିବାର ଏକ ପ୍ରମୁଖ କାରଣ ହେଉଛି ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ପିଆଇ)ମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ଚଳିତ ମାସରେ ସେମାନେ ଭାରତୀୟ ବଜାରରୁ ୬୯ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ସେହି ସମୟରେ ଘରୋଇ ସଂସ୍ଥାଗତ ନିବେଶ (ଡିଆଇଆଇ)ମାନେ ୬୭ ହଜାର କୋଟି ଟଙ୍କା ନିବେଶ କରିଥିଲେ ମଧ୍ୟ ତାହା କ୍ଷତି ଭରଣା କରିପାରିନାହିଁ। 

ବଜାର ବିଶେଷଜ୍ଞଙ୍କ ମତରେ ନିବେଶକମାନେ କେନ୍ଦ୍ର ସରକାରଙ୍କ ବଜେଟ୍‌ ଓ ଆସନ୍ତା ସପ୍ତାହରେ ଜାରି ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିକୁ ନେଇ ଶଙ୍କାରେ ରହିଛନ୍ତି। ଆମେରିକାର ଫେଡେରାଲ୍‌ ରିଜର୍ଭ ମଧ୍ୟ ସୁଧ ସମ୍ପର୍କରେ ଏହାର ଆଭିମୁଖ୍ୟ ଘୋଷଣା କରିବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ବରେ ଆମେରିକା ପକ୍ଷରୁ କଲମ୍ବିଆ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। କାନାଡା ଓ ମେକ୍ସିକୋ ଉପରେ ସମାନ ପରିମାଣର ଶୁଳ୍କ ଲାଗୁ କରିବା ଉପରେ ଆମେରିକା ବିଚାର କରୁଛି। ସାରା ବିଶ୍ବରେ ଶୁଳ୍କକୁ ନେଇ ଏକ ବଡ଼ ଧରଣର ଅସ୍ଥିରତା‌ ଦେଖାଦେବାର ଆଶଙ୍କା ରହିଛି ଯାହା ନିବେଶକଙ୍କ ମନୋବଳକୁ ପ୍ରଭାବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe