ସେନ୍‌ସେକ୍ସ ୧୨୭୨ ପଏଣ୍ଟ ଖସିଲା, ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ବିଶ୍ବବ୍ୟାପୀ ଷ୍ଟକ୍ ବଜାରରେ ମାନ୍ଦା କାରବାର ପ୍ରଭାବ ଭାରତର ଦୁଇ ଷ୍ଟକ୍ ବଜାର ଉପରେ ଆଜି ପଡ଼ିଥିଲା। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୭୨ ପଏଣ୍ଟ ହ୍ରାସ ପାଇ ୮୪,୨୯୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟା‌ସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି...

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

ମୁମ୍ବାଇ: ବିଶ୍ବବ୍ୟାପୀ ଷ୍ଟକ୍ ବଜାରରେ ମାନ୍ଦା କାରବାର ପ୍ରଭାବ ଭାରତର ଦୁଇ ଷ୍ଟକ୍ ବଜାର ଉପରେ ଆଜି ପଡ଼ିଥିଲା। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୭୨ ପଏଣ୍ଟ ହ୍ରାସ ପାଇ ୮୪,୨୯୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟା‌ସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୬୮ ପଏଣ୍ଟ ହ୍ରାସ ପାଇ ୨୫୮୧୦ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି ପରିମାଣ ୪,୭୭,୯୩,୦୨୨ କୋଟି ଟଙ୍କାକୁ ହ୍ରାସ ପାଇଛି। 

ଆଜି ନିଫ୍‌ଟିରେ ଗଣମାଧ୍ୟମ ଓ ଧାତବ କମ୍ପାନିଗୁଡ଼ିକର ସେୟାରକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରରେ ମାନ୍ଦା କାରବାର ହୋଇଥିଲା। ନିଫ୍‌ଟି ଅଟୋମୋବାଇଲ୍‌ ସୂଚୀ ଦୁଇ ପ୍ରତିଶତ ତଳକୁ ଖସିଥିବା ବେଳେ ବ୍ୟାଙ୍କିଙ୍ଗ, ଫାର୍ମା, ରିଅଲ ଇଷ୍ଟେଟ୍‌ ମଧ୍ୟ ୧ ପ୍ରତିଶତ ଲେଖାଏଁ ତଳକୁ ଖସିଛି। ସେନ୍‌ସେକ୍ସର ଅଂଶ ଥିବା ୩୦ଟି କମ୍ପାନି ମଧ୍ୟରୁ ମାତ୍ର ୫ଟି କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ସହ ବନ୍ଦ ହୋଇଥିବା ବେ‌ଳେ ଅନ୍ୟମାନଙ୍କର ହ୍ରାସ ପାଇଛି। ଜେଏସ୍‌ଡବ୍ଲୁ, ଏନ୍‌ଟିପିସି ଓ ଟାଟା ଷ୍ଟିଲ୍ ସେୟାର ମୂଲ୍ୟ ବଢ଼ିଥିବା ବେଳେ ରିଲାଏନ୍ସ, ଆକ୍ସିସ୍ ବ୍ୟାଙ୍କ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାର ମୂଲ୍ୟ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe