ପୁଣି ୫୮୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ନୂଆଦିଲ୍ଲୀ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ କାରବାରରେ ଅସ୍ଥିରତା ଲାଗି ରହିଛି। ଗତକାଲି ବୃଦ୍ଧି ସହ ବନ୍ଦ ହୋଇଥିବା ସେନ୍‌ସେକ୍ସ ଆଜି ୫୮୧ ପଏଣ୍ଟ ତଳକୁ ଖସି ୭୮,୮୮୬ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍‌ଟି ୧୮୦ ପଏଣ୍ଟ ହ୍ରାସ ପାଇ ୨୪,୧୧୭ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ଅଂଶଥିବା ୩୦ଟି କମ୍ପାନି ମଧ୍ୟରୁ ୨୪ଟି କମ୍ପାନିର ସେୟାର ମୂଲ୍ୟ କମିଥିବା ବେଳେ ୬ଟି ସଂସ୍ଥାର ସେୟାର ଦାମ୍ ବଢ଼ିଛି। ଆଜି ଆଇଟି, ତୈଳ ଓ ଗ୍ୟାସ୍‌, ରିଅଲ ଇଷ୍ଟେଟ୍‌, ବ୍ୟାଙ୍କିଙ୍ଗ ଓ ଧାତବ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଅଧିକ ହ୍ରାସ ପାଇଛି। ସେନ୍‌ସେକ୍ସରେ ଆଜି ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୨.୮୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୪୫.୭୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଆନ୍ତର୍ଜାତିକ ଷ୍ଟକ୍ ବଜାରଗୁଡ଼ିକରେ କାରବାର ମାନ୍ଦା ରହୁଥିବାରୁ ଭାରତର ପ୍ରଭାବ ଭାରତ ଉପରେ ପଡ଼ିଛି। ଏହା ବ୍ୟତୀତ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ଘୋଷଣା କରି ସୁଧ ହାରକୁ ରେକର୍ଡ ନବମ ଥର ପାଇଁ ଅପରିବର୍ତ୍ତିତ ରଖିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଦରଦାମ୍ ବିରୋଧୀ ଲଢ଼େଇ ଶେଷ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe