ବିଶ୍ବବ୍ୟାପୀ ଷ୍ଟକ ବଜାରରେ ହ୍ରାସ, ୧୬୬ ପଏଣ୍ଟ କମିଲା ସେନସେକ୍ସ

Advertisment
ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

HW English

ମୁମ୍ବାଇ: ସୋମବାର ପରି ମଙ୍ଗଳବାର ମଧ୍ୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସ ୧୬୬ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୬୩ ପଏଣ୍ଟ ହ୍ରାସ ସହ ବନ୍ଦ ହୋଇଛି । ବିଶ୍ବ ବଜାରର ପ୍ରଭାବ, ମଧ୍ୟପୂର୍ବରେ ପୁଣି ଯୁଦ୍ଧ ଆଶଙ୍କା ଓ ବାଂଲାଦେଶ ସଂକଟ ମଧ୍ୟରେ ଷ୍ଟକ ବଜାରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି ।

ତେବେ ସୋମବାର ଯେପରି ବଡ଼ ଧରଣର ହ୍ରାସ ଦେଖାଦେଇଥିଲା ମଙ୍ଗଳବାର ସେପରି ହୋଇନଥିଲା ଓ ସ୍ଥିତିରେ କିଛି ଉନ୍ନତି ଆସିଥିଲା । ଏପରିକି ଦିନ ମଧ୍ୟରେ ସେନସେକ୍ସରେ ୧୧୦୦ ଓ ନିଫ୍ଟିରେ ୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଥିଲା । ତେବେ ବଜାର ବନ୍ଦ ହେବା ସମୟକୁ ପୁଣି ସୂଚକାଙ୍କଗୁଡ଼ିକ ନିମ୍ନଗାମୀ ହୋଇଥିଲେ । ବଜାର ବନ୍ଦ ବେଳକୁ ସେନସେକ୍ସ ୧୬୬.୩୩ ପଏଣ୍ଟ ବା ୦.୨୧ ପ୍ରତିଶତ ହ୍ରାସ ପାଇ ୭୮,୫୯୩.୦୭ ରେ ପହଞ୍ଚିଥିବା ବେଳେ ନିଫ୍ଟି ୬୩.୦୫ ପଏଣ୍ଟ ବା ୦.୨୬ ପ୍ରତିଶତ ହ୍ରାସ ପାଇ ୨୩,୯୯୨.୫୫ରେ ପହଞ୍ଚିଛି। ଅପରାହ୍ନରେ ୟୁରୋପୀୟ ବଜାରରେ ହ୍ରାସ ଏବଂ ଭାରତୀୟ ବଜାରରେ ବିକ୍ରି ଯୋଗୁଁ ଷ୍ଟକ ବଜାର ସମ୍ପୂର୍ଣ୍ଣ ଅଗ୍ରଣୀ ହରାଇଥିଲା। ବ୍ୟାଙ୍କିଂ ଓ ମିଡ୍ କ୍ୟାପ୍ ସେୟାରରେ ସର୍ବାଧିକ ବିକ୍ରି ପରିଲକ୍ଷିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe