ବଜେଟକୁ ନେଇ ଷ୍ଟକ ବଜାରରେ ନିରାଶା, ସେନସେକ୍ସ ୯୮୮ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ଷ୍ଟକ୍‌ ବଜାରରେ କରୋନା ଝଡ଼, ଦିନକରେ ଉଡ଼ିଗଲା ସାଢ଼େ ପାଞ୍ଚ ଲକ୍ଷ କୋଟି

Image Source: Hindustan Times

ମୁମ୍ବାଇ : ନୂଆ ବଜେଟକୁ ନେଇ ନିବେଶକମାନେ ଯେ ସେତେଟା ଉତ୍ସାହିତ ନାହାନ୍ତି, ତାହା ସ୍ପଷ୍ଟ ହୋଇଯାଇଛି । କାରଣ ଉଭୟ ସେନସେକ୍ସ ଓ ନିଫ୍ଟଟୀ ହ୍ରାସ ପାଇଛି । ଷ୍ଟକବଜାରରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ମାତ୍ର ଅଢେଇ ଘଣ୍ଟାରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ହରାଇଥିବା ଅଟକଳ କରାଯାଇଛି ।
ସେନସେକ୍ସ ପ୍ରାୟ ୯୮୭.୯୬ ପଏଣ୍ଟ ହ୍ରାସ ପାଇ ୪୦ ହଜାର ପଏଣ୍ଟ ତଳକୁ ଖସିଯିବା ସହ ୩୯,୭୩୫.୫୩ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନିଫଟୀ ୩୧୮ ପଏଣ୍ଟ ହ୍ରାସ ପାଇ ୧୧୬୪୩.୮୦ ପଏଣ୍ଟରେ ବନ୍ଦ ହୋଇଛି । ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବାରୁ ସରକାର ଅଭିବୃଦ୍ଧି ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଶିଳ୍ପଜଗତ ଆଶା କରୁଥିଲା । କିନ୍ତୁ ସେଭଳି କୌଣସି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ବଜେଟରେ କରାଯାଇନାହିଁ । ଆୟକର ଛାଡ କ୍ଷେତ୍ରରେ କେତେକ କୋହଳତା ଅଣାଯାଇଥିଲେ ମଧ୍ୟ ଏ କ୍ଷେତ୍ରରେ କେତେକ ଜଟିଳତା ଦେଖାଦେଇଛି । ନୂଆ ଓ ପୁରୁଣା ଆୟକର ନିୟମ ପାଳନ କରିବାର ବିକଳ୍ପ ମଧ୍ୟରେ ଟିକସ ଦାତା ସମସ୍ୟାରେ ପଡ଼ିବା ଆଶଙ୍କା ରହିଛି ।
ମୋଟାମୋଟି କହିଲେ ଏହି ବଜେଟରୁ ଶିଳ୍ପ କ୍ଷେତ୍ରର ଅଧିକ ଆଶା ରହିଥିଲା, କିନ୍ତୁ ଆଶା ଅନୁସାରେ ଫଳାଫଳ ନମିଳିବାରୁ ନିରାଶ ଦେଖାଦେଇଛି ଓ ବଜାରରେ ଏହି ନିରାଶା ପ୍ରତିଫଳିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe