ସେନ୍‌ସେକ୍ସ ୮୭୪ ପଏଣ୍ଟ ବଢ଼ିଲା

Advertisment
ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ଆମେରିକାରେ ସମ୍ଭାବ୍ୟ ମାନ୍ଦାବସ୍ଥାକୁ ନେଇ ଭୟଭୀତ ହୋଇପଡ଼ିଥିବା ଷ୍ଟକ୍ ବଜାର ନିବେଶକମାନଙ୍କ ମନ ପୁଣି ଦୃଢ଼ ହୋଇଛି। ଆଜି ସେମାନେ ସେୟାର କିଣିବା ଉପରେ ମନୋନିବେଶ କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୮୭୪ ପଏଣ୍ଟ ବୃଦ୍ଧି ପାଇ ୭୯,୪୬୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୩୦୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୯୭ ପଏଣ୍ଟରେ ବନ୍ଦ ହୋଇଛି। ଆଜି ସେନ୍‌ସେକ୍ସରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି। ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୪୮.୬୬ କୋଟି ଟଙ୍କାରେ ପହଞ୍ଚିଛି। ଏହାର ପୂର୍ବରୁ ସେନ୍‌ସେକ୍ସରେ ଘଟିଥିବା ହ୍ରାସରେ ଭାରତର ନିବେଶକମାନେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe