ସେନ୍‌ସେକ୍ସ ବଢ଼ିଲା ୧୪୩୬ ପଏଣ୍ଟ

Advertisment

ନୂଆବର୍ଷ ୨୦୨୫ରେ ଦେଶର ଦୁଇ ଷ୍ଟକ୍ ବଜାର ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛନ୍ତି। ଗତକାଲି ବୃଦ୍ଧି ସହ ବନ୍ଦ ହୋଇଥିବା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ଗୁରୁବାର ୧୪୩୬ ପଏଣ୍ଟ ବୃଦ୍ଧି ପାଇ ୭୯,୯୪୩ ପଏଣ୍ଟରେ ବନ୍ଦ ହୋଇଛି।

ନୂଆବର୍ଷ ୨୦୨୫ରେ ଦେଶର ଦୁଇ ଷ୍ଟକ୍ ବଜାର ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛନ୍ତି। ଗତକାଲି ବୃଦ୍ଧି ସହ ବନ୍ଦ ହୋଇଥିବା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ଗୁରୁବାର ୧୪୩୬ ପଏଣ୍ଟ ବୃଦ୍ଧି ପାଇ ୭୯,୯୪୩ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ନୂଆବର୍ଷ ୨୦୨୫ରେ ଦେଶର ଦୁଇ ଷ୍ଟକ୍ ବଜାର ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛନ୍ତି। ଗତକାଲି ବୃଦ୍ଧି ସହ ବନ୍ଦ ହୋଇଥିବା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ଗୁରୁବାର ୧୪୩୬ ପଏଣ୍ଟ ବୃଦ୍ଧି ପାଇ ୭୯,୯୪୩ ପଏଣ୍ଟରେ ବନ୍ଦ ହୋଇଛି। ଏସିଆର ଅନ୍ୟ ଦେଶଗୁଡ଼ିକରେ ଷ୍ଟକ୍ କାରବାର ମାନ୍ଦା ରହିବା ସତ୍ତ୍ବେ ଭାରତରେ ଜବରଦସ୍ତ କାରବାର ହୋଇଛି। ନିବେଶକମାନେ ଆର୍ଥିକ ସଂସ୍ଥା, ସୂଚନା ପ୍ରଯୁକ୍ତି ଓ ଅଟୋମୋବାଇଲ୍‌ ସଂସ୍ଥାର ସେୟାର ଅଧିକ କିଣିଛନ୍ତି।

ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୪୪୬ ପଏଣ୍ଟ ବୃଦ୍ଧି ପାଇ ୨୪,୧୮୮ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର କାରବାର ବେଳେ ଏକ ସମୟରେ ସେନ୍‌ସେକ୍ସ ୮୦ ହଜାର ଓ ନିଫ୍ଟି ୨୪,୨୦୦ ପଏଣ୍ଟ ସ୍ତର ଟପିଯାଇଥିଲା। ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମନଙ୍କୁ ୫.୮୯ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି ୪୫୦.୩୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe