ସେନ୍‌ସେକ୍ସ ୭୫୯ ପଏଣ୍ଟ ବଢ଼ିଲା

Advertisment

ଭାରତୀ ଏୟାରଟେଲ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରକୁ ନିବେଶକମାନେ ଅଧିକ ପରିମାଣରେ କିଣିବାରୁ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୫୯ ପଏଣ୍ଟ ବୃଦ୍ଧି ପାଇ ୭୯,୮୦୨ ପଏଣ୍ଟରେ ବନ୍ଦ ହୋଇଛି।

ଭାରତୀ ଏୟାରଟେଲ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରକୁ ନିବେଶକମାନେ ଅଧିକ ପରିମାଣରେ କିଣିବାରୁ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୫୯ ପଏଣ୍ଟ ବୃଦ୍ଧି ପାଇ ୭୯,୮୦୨ ପଏଣ୍ଟରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଭାରତୀ ଏୟାରଟେଲ୍‌ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରକୁ ନିବେଶକମାନେ ଅଧିକ ପରିମାଣରେ କିଣିବାରୁ ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୫୯ ପଏଣ୍ଟ ବୃଦ୍ଧି ପାଇ ୭୯,୮୦୨ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୧୬ ପଏଣ୍ଟ ବୃଦ୍ଧି ସହ ୨୪,୧୩୧ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଭାରତୀ ଏୟାରଟେଲ୍‌, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଅଲ୍‌ଟ୍ରାଟେକ୍ ସିମେଣ୍ଟ, ଆଦାନୀ ପୋର୍ଟସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଲ୍‌ଆଣ୍ଡ୍‌ଟି, ‌ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ହିନ୍ଦୁସ୍ତାନ ୟୁନିଲିଭର, ଟାଇଟାନ୍ ଓ ଟାଟା ମୋଟର୍ସର ସେୟାର ମୂଲ୍ୟ ବଢ଼ିଛି। କିନ୍ତୁ ପାୱାର ଗ୍ରିଡ୍‌, ନେସ୍‌ଲେ, ଷ୍ଟେଟ୍‌ ବ୍ୟାଙ୍କ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ କମିଛି।

ଲାଞ୍ଚ କାରବାର ଅଭିଯୋଗ ସାମ୍ନା କରିଥିବା ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନି ଗ୍ରୁପ୍‌ ଅଧୀନରେ ଥିବା ଅଧିକାଂଶ ‌ସଂସ୍ଥାର ସେୟାର ମୂଲ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। ଷ୍ଟକ୍ ବଜାର ତଥ୍ୟରୁ ଜଣାପଡ଼ିଛି ଯେ ଗୁରୁବାର ଦିନ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନେ ୧୧,୭୫୬ କୋଟି ଟଙ୍କାର ଇକ୍ବିଟି ସେୟାର ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ଦିନ ଏସିଆରେ ସାଂଘାଇ ଓ ହଂକଂ ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିଥିଲା। କିନ୍ତୁ ଦକ୍ଷିଣ କୋରିଆ ଓ ଜାପାନରେ ସେୟାର ବଜାର ତଳକୁ ଖସିଛି। ୟୁରୋପୀୟ ବଜାରରେ ମଧ୍ୟ ମାନ୍ଦା କାରବାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe