ଦୌଡ଼ିଲା ସେନ୍‌ସେକ୍ସ: ୧୩୯୭ ପଏଣ୍ଟ ବଢ଼ିଲା, ନିବେଶକଙ୍କୁ ୪.୭ ଲକ୍ଷ କୋଟି ଫାଇଦା

Advertisment

କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି...

କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି...

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି, ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ତାଙ୍କ କ୍ଷମତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏକ ବଡ଼ ଧରଣର ବାଣିଜ୍ୟ ଲଢ଼େଇକୁ ନେଇ ଆଶଙ୍କାରେ ଥିବା ନିବେଶକମାନେ ଆଶ୍ବସ୍ତ ହେବା ସହ ଉତ୍ସାହର ସହ ସେୟାର କାରବାର କରିଛନ୍ତି। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୩୯୭ ପଏଣ୍ଟ ବୃଦ୍ଧି ସହ ୭୮,୬୫୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୮୭ ପଏଣ୍ଟ ବୃଦ୍ଧି ସହ ୨୩,୭୩୯ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ବୃଦ୍ଧି ସହ ନିବେଶକମାନଙ୍କୁ ୪.୭ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।

ଷ୍ଟକ୍ ବଜାରରେ ଏଲ୍‌ଆଣ୍ଡ୍‌ଟି, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ଆଦାନୀ ପୋର୍ଟସ୍‌, ଟାଟା ମୋଟର୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଅଲ୍‌ଟ୍ରାଟେକ୍ ସିମେଣ୍ଟ, ଏନ୍‌ଟିପିସି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। ନିବେଶକମାନେ ମୁଖ୍ୟତଃ ବ୍ୟାଙ୍କ, ଆର୍ଥିକ ସେବା, ଧାତବ, ଫାର୍ମା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କମ୍ପାନିଗୁଡ଼ିକରେ ନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଏଫ୍‌ଏମ୍‌ସିଜି ପ୍ରତି ସେମାନେ ଏତେଟା ରୁଚି ଦେଖାଇନଥିଲେ। ବିଶେଷଜ୍ଞମାନଙ୍କ ମତରେ ଟ୍ରମ୍ପ ଶୁଳ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଓ ଦେଶରେ ଏକ ଉତ୍ସାହଜନକ ବଜେଟ ଘୋଷଣା ହୋଇଥିବାରୁ ନିବେଶକମାନଙ୍କ ମନୋବଳ ବୃଦ୍ଧି ପାଇଛି। ଅର୍ଥନୀତିର ଗତି ପ୍ରଭାବିତ ହେବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ଦୂର ହୋଇଛି। ସେଥିପାଇଁ ନିବେଶକମାନେ ଆଜି ଉତ୍ସାହର ସହ କାରବାରରେ ଭାଗ ନେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe