Medium
ମୁମ୍ବାଇ : ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଆଜି ରେକର୍ଡ ୫୮ ହଜାର ପଏଣ୍ଟ୍ ମାଇଲଖୁଣ୍ଟ ଅତିକ୍ରମ କରିଛି। ଅର୍ଥନୀତିରେ ସୁଧାର ହେଉଥିବାରୁ ନିବେଶକମାନେ ବିଭିନ୍ନ କଂପାନିର ସେୟାରରେ ନିବେଶ ଜାରି ରଖିଛନ୍ତି। ସେଥିପାଇଁ ସେନ୍ସେକ୍ସରେ ବୃଦ୍ଧି ହେଉଛି। ଆଜି ୨୭୭ ପଏଣ୍ଟ୍ ବୃଦ୍ଧି ସହ ସେନ୍ସେକ୍ସ ୫୮,୧୨୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ୮୯ ପଏଣ୍ଟ୍ ବୃଦ୍ଧି ପାଇ ୧୭,୩୨୩ ପଏଣ୍ଟ୍ରେ ବନ୍ଦ ହୋଇଛି। ଚଳିତ ଜାନୁଆରି ୨୧ରେ ସେନ୍ସେକ୍ସ ୫୦ ହଜାର ପଏଣ୍ଟ୍ ସ୍ତରରେ ଥିଲା। ସାତ ମାସ ଭିତରେ ସେଥିରେ ୮୦୦୦ ପଏଣ୍ଟ୍ର ବୃଦ୍ଧି ଘଟିଛି। ଆଜି ବମ୍ବେ ଷ୍ଟକ ବଜାରରେ କାରବାର ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧିକ ଲାଭବାନ ହୋଇଛି। ଏହାର ସେୟାର ମୂଲ୍ୟ ବଢ଼ିବା ଯୋଗୁଁ କଂପାନିର ମୋଟ ବଜାର ପୁଞ୍ଜି ପରିମାଣ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ଆଜି ୨୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
Follow Us