Image Courtesy of India Today
ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ହ୍ରାସ ପରେ ଶେଷରେ ଷ୍ଟକ ବଜାରରେ ଉତ୍ସାହ ଫେରିଛି । ସପ୍ତାହର ଶେଷ କାରବାର ଦିବସ ଅର୍ଥାତ୍ ଶୁକ୍ରବାର (ମେ ୧୦) ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା। କାରବାର ଶେଷ ସୁଦ୍ଧା ୩୦ ସେୟାର ବିଶିଷ୍ଟ ବିଏସଇ ସେନ୍ସେକ୍ସ ୨୬୦.୩୦ ପଏଣ୍ଟ ବା ୦.୩୬ ପ୍ରତିଶତ ବୃଦ୍ଧି ପାଇ ୭୨,୬୬୪.୪୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ୫୦ ସେୟାର ବିଶିଷ୍ଟ ଏନଏସଇ ନିଫ୍ଟି ୯୭.୭୦ ପଏଣ୍ଟ ବା ୦.୪୪ ପ୍ରତିଶତ ବୃଦ୍ଧି ପାଇ ୨୨,୦୫୫.୨୦ରେ ବନ୍ଦ ହୋଇଛି।
ମେ' ୯ ରେ ବିଏସ୍ଇ ସେନ୍ସେକ୍ସ ୧,୦୬୨.୨୨ ପଏଣ୍ଟ ବା ୧.୪୫% ହ୍ରାସ ପାଇ ୭୨,୪୦୪.୧୭ରେ ବନ୍ଦ ହୋଇଥିଲା। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୩୪୫ ପଏଣ୍ଟ ବା ୧.୫୫ ପ୍ରତିଶତ ହ୍ରାସ ପାଇ ୨୧,୯୫୭.୫୦ ପଏଣ୍ଟରେ ବନ୍ଦ ହୋଇଛି । ଏହା ଦ୍ବାରା ନିବେଶକମାନେ ପ୍ରାୟ ୭ ଲକ୍ଷ କୋଟିର କ୍ଷତି ସହିଥିଲେ ।
ଚଳିତ ନିର୍ବାଚନରେ ଏନଡିଏର ବିପୁଳ ବିଜୟକୁ ନେଇ ବଜାର ନିଶ୍ଚିତ ଥିଲେ ବି ମତଦାନ ହାର ହ୍ରାସ ପାଇବା ନିବେଶକଙ୍କୁ କିଛିଟା ଆଶଙ୍କିତ କରିଛି । ଏହି କାରଣରୁ ବଜାରରେ ଲଗାତାର ଅସ୍ଥିରତା ଦେଖାଦେଉଛି ।
Follow Us