‘ଏନ୍‌ୱାଇପିଓ’ର ଛାୟା ବଜେଟ୍ ଅଧିବେଶନ

Advertisment
‘ଏନ୍‌ୱାଇପିଓ’ର ଛାୟା ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ନ୍ୟାସନାଲ୍‌ ୟୁଥ୍‌ ପାର୍ଲାମେଣ୍ଟ୍‌ ଅର୍ଗାନାଇଜେସନ୍‌ (ଏନ୍‌ୱାଇପିଓ)ର ବଜେଟ୍ ଆଲୋଚନା ୨୦୨୧କୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୧୫୦ରୁ ଅଧିକ ଯୁବକଯୁବତୀ ଯୋଗ ଦେଇ ଦେଶକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ବିଭିନ୍ନ ପ୍ରକାର ଚିନ୍ତାଧାରା ପ୍ରଦାନ କରିଥିଲେ। ଛାୟା ବଜେଟ୍‌ ଅଧିବେଶନରେ ଏନ୍‌ୱାଇପିଓର ପ୍ରତି‌ଷ୍ଠାତା ଓ ସଭାପତି କାର୍ତ୍ତିକେୟ ଗୋୟଲ ବାଚସ୍ପତି ଭୂମିକା ତୁଲାଇଥିଲେ। ମହାମାରୀ ଦୃଷ୍ଟିରୁ ୨୦୨୧ର ବଜେଟ୍ ବେଶ ଗୁରୁତ୍ବପୂର୍ଣ୍ଣ। କ୍ଷୁଧା, ଦାରିଦ୍ର୍ୟ ଦୂରୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଏଥିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦେଶ ଅର୍ଥନୀତି ସ୍ଥିତି ଓ ଭବିଷ୍ୟତ ସମ୍ଭାବନାକୁ ନେଇ ପ୍ରସ୍ତୁତ ରିପୋର୍ଟ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe