ମୁମ୍ବାଇ: ବଲିଉଡ୍ର କିଙ୍ଗ୍ଖାନା ଶାହାରୁଖ ଏୟାର୍ ଇଣ୍ଡିଆର ସେବାରେ ତୃପ୍ତ ହୋଇ ପ୍ରଶଂସା କରି ଟୁଇଟର୍ରେ ଏକ ପୋଷ୍ଟ୍ କରିଛନ୍ତି। ଟୁଇଟର୍ରେ ଶାହାରୁଖ କରିଥିବା ପୋଷ୍ଟ୍ରେ ରିଟୁଇଟ୍ କରିଛି ଏୟାର୍ ଇଣ୍ଡିଆ। ଶାହାରୁଖ ଟୁଇଟ୍ରେ ଲେଖିଛନ୍ତି ଯେ ‘ଅଣଆନୁଷ୍ଠାନିକ ଭାବେ ମୁଁ ମୋ ନିଜକୁ ଏୟାର୍ ଇଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର ବୋଲି ଘୋଷଣା କରୁଛି। ଏପରି ସୁନ୍ଦର ଯାତ୍ରା ପାଇଁ ଗ୍ରାଉଣ୍ଡ୍ ଷ୍ଟାଫ୍ ଓ ଏୟାର୍ ହଷ୍ଟେସ୍ମାନଙ୍କୁ ଧନ୍ୟବାଦ୍। ମହାରାଜ ସଦା ମହାରାଜ ହିଁ ହୋଇଥାଏ।’
ଶାହାରୁଖଙ୍କର ଏହି ଟୁଇଟ୍ରେ ଏୟାର୍ ଇଣ୍ଡିଆ ଏୟାର୍ଲାଇନ୍ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ଏୟାର୍ ଇଣ୍ଡିଆର ଅଫିସିଆଲ୍ ଆକାଉଣ୍ଟ୍ରୁ ରିଟୁଇଟ୍ ହୋଇଛି ଯେ, ‘ କିଙ୍ଗ୍ଖାନଙ୍କ ସେବା କରିବା ମହାରାଜ ପାଇଁ ଖୁସିର କଥା। ଆପଣଙ୍କ ଦୟାଳୁ ଶବ୍ଦ ଓ ଗ୍ରହଣୀୟତା ପାଇଁ ଏୟାର୍ ଇଣ୍ଡିଆ ପରିବାର ଖୁବ୍ ଖୁସି। ଆମେ ବାସ୍ତବରେ ଖୁବ୍ ପ୍ରୀତି ହେବୁ, ଯେହେତୁ କିଙ୍ଗ୍ଖାନ୍ ଆମର ଆମ୍ବାସଡର୍।’
ଉଲ୍ଲେଖଯୋଗ୍ୟ, ଆଗକୁ ଆସୁଛି ଶାହାରୁଖ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’। ଏଥିରେ ମୁଖ୍ୟ ଭୂମିକାରେ ଶାହାରୁଖଙ୍କ ବ୍ୟତୀତ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ବି ଅଛନ୍ତି।
Follow Us