କ୍ରିୟୁ ଅଭାବ କାରଣରୁ ୧୦୦ରୁ ଊର୍ଧ୍ୱ ପାଇଲଟ୍‌ଙ୍କୁ ନିଯୁକ୍ତି ଦେଲା ଇଣ୍ଡିଗୋ

Advertisment
କ୍ରିୟୁ ଅଭାବ କାରଣରୁ ୧୦୦ରୁ ଊର୍ଧ୍ୱ ପାଇଲଟ୍‌ଙ୍କୁ ନିଯୁକ୍ତି ଦେଲା ଇଣ୍ଡିଗୋ

ନୂଆଦିଲ୍ଳୀ: ଦେଶର ବୃହତ୍‌ ଏୟାର୍‌ ଲାଇନ୍‌ ଇଣ୍ଡିଗୋ ୧୦୦ରୁ ଊର୍ଧ୍ୱ ବୋଇଂ ୭୩୭ କମାଣ୍ଡର୍‌ ସ୍ତରୀୟ ପାଇଲଟ୍‌ ନିଯୁକ୍ତି ଦେଇଛି। ମୁଖ୍ୟତଃ ଜେଟ୍‌ ଏୟାର୍‌ୱେଜ୍‌ରୁ ଆସୁଥିବା ପାଇଲଟମାନଙ୍କୁ ଇଣ୍ଡିଗୋ ନିଯୁକ୍ତି ଦେଉଥିବା ଜାଣିବାକୁ ମିଳିଛି। ନିକଟ ଅତୀତରେ କ୍ରିୟୁ ମେମ୍ବରଙ୍କ ଅଭାବ ହେତୁ ଗୁଡ଼ାଏ ବିମାନ ବାତିଲ ହେବା କାରଣରୁ ଇଣ୍ଡିଗୋ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଗୋର ଏପରି ନିଷ୍ପତ୍ତି କମ୍ପାନିର ପରିଚାଳନାକୁ ବିସ୍ତାର କରିବା ସହ ଉଦ୍ୟେଗ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବଢ଼ାଇବ ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜେଟ୍‌ ଏୟାର୍‌ୱେଜ୍‌ ତୀବ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କାରଣରୁ କମ୍ପାନି ତା’ର ଅନେକ ଗୁଡ଼ିଏ ପ୍ରାୟ ୬୦ ପ୍ରତିଶତରୁ ଊର୍ଧ୍ୱ ବିମାନର ଉଡ଼ାଣ ରଦ୍ଦ କରିଦେଇଛି। କେବଳ ସେତିକି ନୁହେଁ, କମ୍ପାନି ପାଇଲଟ୍‌ମାନଙ୍କୁ ଦରମା ଠିକ୍‌ ସମୟରେ ଦେଇ ନ ପାଇବା କାରଣରୁ ଅନେକ ପାଇଲଟ୍‌ ଚାକିରି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସୁଯୋଗର ସୁବିଧା ଉଠାଉଛି ଇଣ୍ଡିଗୋ ଏୟାର୍‌ ଲାଇନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe