ଅସ୍ଥିର ରହିପାରେ ସେୟାର ବଜାର

Advertisment
ଅସ୍ଥିର ରହିପାରେ ସେୟାର ବଜାର

ମୁମ୍ବାଇ: ଆସନ୍ତାକାଲି ନିର୍ବାଚନ ଫଳାଫଳ ଘୋଷଣା ହେବ। ଗତ ରବିବାର ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକରେ ଏନ୍‌ଡିଏ ସରକାର ଗଠନ କରିବ ବ‌ୋଲି ଆକଳନ କରାଯାଇଥିଲା। ଏହାର ପ୍ରଭାବରେ ଗତ ସୋମବାର ନିବେଶକମାନେ ଅତ୍ୟଧିକ ଖୁସି ହୋଇ ସେୟାର କିଣିବା ଯୋଗୁ ସେନ୍‌ସେକ୍ସରେ ୧୪୨୨ ପଏଣ୍ଟ୍‌ ଭଳି ବୃଦ୍ଧି ହୋଇଥିଲା। ଆସନ୍ତାକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାରୁ ନିବେଶକମାନେ ଆଜି ଜଗିରଖି କାରବାର କରିବେ। ଷ୍ଟକ ବଜାର ଅସ୍ଥିର ରହିବାର ଅନେକ ସମ୍ଭାବନା ରହିଛି। ନିବେଶକମାନେ ଆସନ୍ତାକାଲିକୁ ଅପେକ୍ଷା କରି ରହିଛନ୍ତି। ଯଦି ଏନ୍‌ଡିଏ ବିଜୟୀ ହେବ ତେବେ ‌ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଓ ଜାତୀୟ ଷ୍ଟକ ବଜାରର ନିଫ୍‌ଟିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ମାତ୍ର ଯଦି ଏକ୍‌ଜିଟ୍ ପୋଲ ଅନୁସାରେ ଫଳାଫଳ ନହୁଏ ତେବେ ସେୟାର ବଜାରରେ ଝଡ଼ ସୃଷ୍ଟି ହେବ। ଆସନ୍ତାକାଲି ସେୟାର ବଜାରରେ କିଭଳି କାରବାର ହେବ ତାହା ଆକଳନ କରିବା ସମ୍ଭବ ନୁହେଁ। ତେବେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ଉଭୟ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ଷ୍ଟକ ଏକ୍ସଚେଞ୍ଜ୍‌ଗୁଡ଼ିକୁ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ବୈଷୟିକ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ସେୟାର ମୂଲ୍ୟରେ ହେରଫେରକୁ ରୋକିବାକୁ ବ୍ୟବସ୍ଥା କରାଯାଇଛି। ଯଦି କାରବାର ଅସ୍ଥିର ରହିବ ତେବେ ତାହାର କିଭଳି ମୁକାବିଲା କରାଯିବ ସେଥିପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି।
ଭାରତରେ ସାଧାରଣତଃ ସିଙ୍ଗାପୁର ଷ୍ଟକ ଏକ୍ସଚେଞ୍ଜ କାରବାରର ପ୍ରତିଫଳନ ଦେଖିବାକୁ ମିଳିଥାଏ। କାରଣ ଭାରତୀୟ ଷ୍ଟକ ଏକ୍ସଚେଞ୍ଜ ଠାରୁ ତାହା ଆଗୁଆ ଖୋଲିଥାଏ। ଆସନ୍ତାକାଲି ସିଙ୍ଗାପୁର ଷ୍ଟକ ଏକ୍ସଚେଞ୍ଜ କାରବାର ଉପରେ ନଜର ରଖି ତାହାକୁ ବମ୍ବେ ଷ୍ଟକ ବଜାର କାରବାର ସହ ତୁଳନା କରାଯିବ। ସେଥିରେ କୌଣସି ପ୍ରକାର ବ୍ୟତିକ୍ରମ ଦେଖାଦେଲେ ସେୟାର କାରବାର ହେରଫେର ହୋଇଥିବା ସନ୍ଦେହ କରାଯିବ। ଯେଉଁମାନେ ସେଥିପାଇଁ ଦା‌ୟୀ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe