Business Upturn
ନୂଆଦିଲ୍ଲୀ : ମାଟ୍ରେସ୍ ନିର୍ମାତା ଶୀଲା ଫୋମ୍ ଲିମିଟେଡ୍ କହିଛି ଯେ ପ୍ରତିଦ୍ୱନ୍ଦ୍ୱୀ କର୍ଲନ୍ର ୯୪.୬୬% ଅଂଶଧନକୁ ୨,୧୫୦ କୋଟି ଟଙ୍କାରେ ଅଧିଗ୍ରହଣ କରିବ। ଘର ପାଇଁ ଆସବାବପତ୍ର ଭଡ଼ା ସେବା ପ୍ରଦାନ କରୁଥିବା ଫର୍ଲେଙ୍କୋର ମୂଳ ସଂସ୍ଥା ହାଉସ୍ ଅଫ୍ କିରାୟାରେ ୩୫% ଅଂଶଧନକୁ ମଧ୍ୟ କିଣିବ ବୋଲି ଶୀଲା ଫୋମ୍ କହିଛି। ଗାଜିଆବାଦସ୍ଥିତ ଶୀଲା ଫୋମ୍ ଏକ ଷ୍ଟକ୍ ଏକ୍ସଚେଞ୍ଜଫାଇଲିଂରେ କହିଛି ଯେ ୨୦୨୩ ନଭେମ୍ବର ୩୦ ସୁଦ୍ଧା କାରବାର ଶେଷ ହେବ ବୋଲି ଆଶା କରାଯାଉଛି।
ସୋମବାର ଏକ ନ୍ୟୁଜ୍ ୱେବସାଇଟ୍ ରେ ଏହି ଚୁକ୍ତି ପ୍ରକାଶ ପାଇବା ପରେ 'ସ୍ଲିପ୍ୱେଲ୍' ବ୍ରାଣ୍ଡ୍ ର ମେଟ୍ରେସ୍ ତିଆରି କରୁଥିବା ଶୀଲା ଫୋମ୍ ର ସେୟାର ପ୍ରାୟ ୬% ବୃଦ୍ଧି ପାଇ ୧,୧୮୬ ଟଙ୍କାରେ ପହଞ୍ଚିଛି। ଡିସେମ୍ବର ଶେଷ ଭାଗରେ ପ୍ରଥମ ଥର ପାଇଁ ଆଲୋଚନା ହେବା ପରଠାରୁ ଏହା ଏବେ ବି ପ୍ରାୟ ୭% ହ୍ରାସ ପାଇଛି।
Follow Us