ବନ୍ଦ ହୋଇଯିବ ଭାରତର ସବୁଠାରୁ କମ୍‌ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌, ୪୦ମିନିଟ୍‌ରେ ଅତିକ୍ରମ କରିଥାଏ ୯କିଲୋମିଟରର ପଥ

Advertisment
ବନ୍ଦ ହୋଇଯିବ ଭାରତର ସବୁଠାରୁ କମ୍‌ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌, ୪୦ମିନିଟ୍‌ରେ ଅତିକ୍ରମ କରିଥାଏ ୯କିଲୋମିଟରର ପଥ

ନୂଆଦିଲ୍ଲୀ: ସପ୍ତାହ ତଳେ କୋଚିନ୍‌ ହାର୍ବୋର ଟର୍ମିନସ୍‌ ଓ ଏର୍ଣ୍ଣାକୁଲମ୍‌ ଜଙ୍କସନ୍‌ ମଧ୍ୟରେ ଭାରତ ସବୁଠାରୁ କମ୍‌ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍‌ର ଶୁଭାରମ୍ଭ କରାଯାଇଥିଲା। ଏବେ ଏହାକୁ ବନ୍ଦ କରିବାର ଯୋଜନା କରାଯାଇଛି। ଏହା ପଛର ବଡ଼ କାରଣ ତୁଳନାତ୍ମକ ଭାବେ ଏହି ରୁଟରେ କମ୍‌ ବ୍ୟବସାୟ ଓ ଯାତ୍ରୀଙ୍କ ସଂଖ୍ୟା କମ୍‌ ହେବା । ରେଳବାଇ ଏହି ରୁଟ୍‌ରେ ଡେମୁ (ଡିଜେଲ ଇଲେକ୍ଟ୍ରିକଲ ମଲ୍ଟିପଲ ୟୁନିଟ୍‌) ଚଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଯାତ୍ରୀଙ୍କ ଏହି ଟ୍ରେନ୍‌ରେ ଯାତ୍ରା ପ୍ରତି କମ୍‌ ରୁଚି ଥିବା ଦେଖିବାକୁ ମିଳିଥିଲା। ଏହି ଟ୍ରେନ୍‌ରେ ୩୦୦ଯାତ୍ରୀଙ୍କ ବସିବା ପାଇଁ କ୍ଷମତା ଥିବା ବେଳେ ମାତ୍ର ହାତଗଣତି କିଛି ଲୋକ ଏଥିରେ ଯାତ୍ରା କରୁଥିଲେ। ତେଣୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ତିରୁବନ୍ତପୁରମ୍‌ର ଡିଆରଏମ୍‌ ଏସ୍‌କେ ସିହ୍ନାଙ୍କ କହିବାନୁସାରେ, ସିଏଚଟି ଓ ଏର୍ଣ୍ଣାକୁଲମ୍‌ ଜଙ୍କସନ୍‌ ମଧ୍ୟରେ ଟ୍ରାଏଲ ରନ୍‌ ଥିଲା। ଏହାକୁ ସମୀକ୍ଷ କରାଯିବା ପରେ ବାସ୍ତବରେ ଏହି ସେବାକୁ ରଦ୍ଦ କରିବାର ଯୋଜନା କରାଯାଇଛି। ଯଦି କେହି ଟ୍ରେନ୍‌ରେ ବସିବାକୁ ଆଗ୍ରହୀ ନୁହନ୍ତି ତେବେ ଏହାକୁ ଚଳାଇବାରେ କ’ଣ ଫାଇଦା ରହିଛି। ଏହି ଟ୍ରେନ୍‌ର ଗୋଟିଏ ଦିନରେ ୧୫ରୁ ବି କମ୍‌ ଟିକେଟ ବିକ୍ରି ହୋଇ ନଥାଏ।

ଡେମୁ ଟ୍ରେନ୍‌କୁ ଅଗଷ୍ଟ ପ୍ରଥମ ସପ୍ତାହରେ କୋଚିନ୍‌ ଅଣା ଯାଇଥିଲା ଓ ଏହାକୁ ସିଏଚଟିରୁ ଏର୍ଣ୍ଣାକୁଲମ୍‌ ମଧ୍ୟରେ ୯କିମି ପର୍ଯ୍ୟନ୍ତ ଚଳା ଯାଇଥାଏ। ତିନିଟି କୋଚ ଥିବା ଏହି ଟ୍ରେନ୍‌ ୯କିମି ଦୂରକୁ ଅତିକ୍ରମ କରିବା ପାଇଁ ୪୦ମିନିଟ୍‌ର ସମୟ ଲାଗିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe