ଅନ୍ତର୍ଜାତୀୟ ଆର୍ବିଟ୍ରେସନ ସମ୍ମିଳନୀରେ ଶୁଭ୍ରକାନ୍ତଙ୍କ ଯୋଗଦାନ

Advertisment
ଅନ୍ତର୍ଜାତୀୟ ଆର୍ବିଟ୍ରେସନ ସମ୍ମିଳନୀରେ ଶୁଭ୍ରକାନ୍ତଙ୍କ ଯୋଗଦାନ

ନୂଆଦିଲ୍ଲୀ: ଦୁବାଇଠାରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ବିଟ୍ରେସନ ସମ୍ମିଳନୀର ୪ର୍ଥ ସଂସ୍କରଣ ଗତ ୧୯ ତାରିଖରେ ଉଦ୍‌ଘାଟିତ ହୋଇଯାଇଛି। ଫିକି ଇଣ୍ଡିଆ ଏବଂ ଇଣ୍ଡିଆନ କାଉନସିଲ ଅଫ୍‌ ଆର୍ବିଟ୍ରେସନର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣା ଉଦ୍‌ଘାଟନ କରିଥିଲେ। ଉକ୍ତ ସମ୍ମିଳନୀରେ ଇମ୍ଫାର ପରିଚାଳନା ନିର୍ଦେଶକ ତଥା ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି ଶୁଭ୍ରକାନ୍ତ ପଣ୍ଡା ଯୋଗଦେଇ ଉଦଘାଟନୀ ବ୍ୟକ୍ତବ୍ୟ ରଖିଥିଲେ। ବ୍ୟବସାୟ ଏବଂ ବାଣିଜ୍ୟିକ କାରବାରକୁ ନେଇ ହେଉଥିବା ବିବାଦର ସମାଧାନ କ୍ଷେତ୍ରରେ ଆର୍ବିଟ୍ରେସନ ବା ମଧ୍ୟସ୍ଥତା ଏକ ପ୍ରଭାବଶାଳୀ ମାଧ୍ୟମ ଏବଂ ଆର୍ଥିକ ଦୃଷ୍ଟିରୁ କମ୍‌ ମହଙ୍ଗା ଶ୍ରୀ ପଣ୍ଡା କହିଥିଲେ। ଅନ୍ୟତମ ବକ୍ତାଭାବେ ୟୁଏଇରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଯୋଗ ଦେଇ ମତାମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe