ଚନ୍ଦ୍ରଶେଖରପୁର: ନାରୀର ଅପୂର୍ବ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହିତ ଅତ୍ୟାଧୁନିକତାରେ ପାରମ୍ପରିକତାର ଅନନ୍ୟ ଛାପକୁ ପୂର୍ଣ୍ଣ କରିବ ଶ୍ରୀକୃତି କ୍ରିଏସନ୍ସ ବୁଟିକ୍। ଗୋଟିଏ ଛାତ ତଳେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ମିଳିପାରିବ ଭିନ୍ନ ଭିନ୍ନ ଡିଜାଇନ୍ର ପୋଷାକ ପରିପାଟୀର ଅପୂର୍ବ ସମ୍ଭାର। ଆଦିବାସୀ ପରମ୍ପରାର ବିସ୍ତତ ନିଦର୍ଶନ, ମଧୁବନିର ସୌନ୍ଦର୍ଯ୍ୟ, ପଟ୍ଟଚିତ୍ରର ବିରଳ ସମାହାର ଓ କଲମ୍କଡ଼ି ଭଳି ହ୍ୟାଣ୍ଡ୍ ପେଂଟିଙ୍ଗ୍ର ଯାଦୁ ଦେଖିବାକୁ ମିଳିବ ଶ୍ରୀକୃତି କ୍ରିଏସନ୍ସର ପୋଷାକ ପରିପାଟୀରେ। ରାଜ୍ୟର ପ୍ରଥମ ହ୍ୟାଣ୍ଟ୍ ପେଂଟିଙ୍ଗ୍ ପୋଷାକ ବୁଟିକ୍ ବୋଲି କୁହାଯାଉଥିବା ଏହି ବୁଟିକ୍କୁ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର୍ ପଟ୍ଟନାୟକ, ବିଶିଷ୍ଟ ସିନେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅପରାଜିତା ମହାନ୍ତି ଉଦ୍ଘାଟନ କରିଥିଲେ। ଏହି ଅବସରରେ ବୁଟିକ୍ର ମୁଖ୍ୟ ଦେବସ୍ମିତା ମିଶ୍ର, ଡ. ଅଶୋକ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ପ୍ଲଟ୍ ନଂ-୧୭୭, ଗାୟତ୍ରୀ ବିହାର ଚନ୍ଦ୍ରଶେଖରପୁରଠାରେ ଆଜି ଉଦ୍ଘାଟିତ ହୋଇଥିବା ଏହି ବୁଟିକ୍ରେ ମହିଳାମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍ର ହ୍ୟାଣ୍ଡ୍ ପେଂଟିଙ୍ଗ୍ ଶାଢ଼ି, କୁର୍ତ୍ତି, କ୍ଲଚ୍ ସହିତ ବେଡ଼ସିଟ୍, କୁସନ୍ କଭର୍ ଭଳି ବିଭିନ୍ନ ଘରୋଇ ଆସବାବପତ୍ର ଉପଲବ୍ଧ କରାଯାଇଛି। ଶାଢ଼ିର ମୂଲ୍ୟ ୩୫୦୦ରୁ ଆରମ୍ଭ ହୋଇ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି। ସେହିପରି ପୁରୁଷମାନଙ୍କ ପାଇଁ କୁର୍ତ୍ତା, ସାର୍ଟ ଆଦି ରହିଛି। ଏହା ସହିତ ବିଭିନ୍ନ ଫ୍ୟାସନେବଲ୍ ଗହଣା, ଗିଫ୍ଟ୍ ଆଇଟମ୍ ମଧ୍ୟ ରହିଛି ଯାହାକି ଗ୍ରାହକମାନଙ୍କୁ ଆକୃଷ୍ଟ କରିବ। ଶ୍ରୀକୃତି କ୍ରିଏସନ୍ସ ରାଜ୍ୟରେ ପ୍ରଥମ କରି ହ୍ୟାଣ୍ଡ୍ ପେଂଟିଙ୍ଗ୍ର ଧାରା ପ୍ରବର୍ତ୍ତନ କରିଛି ଯାହାକି ବେଶ୍ ଖୁସିର ବିଷୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ।
ଶ୍ରୀକୃତି କ୍ରିଏସନ୍ସ ବୁଟିକ୍ ଉଦ୍ଘାଟିତ
Advertisment
Follow Us