ଭୁବନେଶ୍ବର: ହୋଟେଲ ପ୍ରାଚୀରେ ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ୧୦ ଦିନିଆ ପ୍ରଦର୍ଶନୀରେ ପର୍ବପର୍ବାଣୀ ଓ ବିବାହ ଉପଯୋଗୀ ସ୍ବତନ୍ତ୍ର ଶାଢ଼ି ଓ ପୋଷାକ ସାମଗ୍ରୀ ରହିଛି। ଏଥିରେ ୧୩ଟି ରାଜ୍ୟର ହସ୍ତତନ୍ତ ଶାଢ଼ି ସାମିଲ କରାଯାଇଛି। ପ୍ରଦର୍ଶନୀ ଉଦ୍ଘାଟନୀ ଅବସରରେ ଏକ ରୢାମ୍ପ ୱାକ୍ ଆୟୋଜନ କରାଯାଇଥିଲା, ଯେଉଁଥିରେ ୧୫୦ରୁ ଅଧିକ ବୁଣାକାର ଓ ଡିଜାଇନରଙ୍କ ଶାଢ଼ିକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ଅବସରରେ ଓଡ଼ିଶା ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍ର ପରିଚାଳନା ନିର୍ଦ୍ଦେଶକ ମାନସ ଆଚାର୍ଯ୍ୟ କହିଥିଲେ ଯେ ପ୍ରଦର୍ଶନୀ ଜାନୁଆରି ୨୩ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଦର୍ଶନୀରେ ୮୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯାଇଛି।
ଆହୁରି ପଢ଼ନ୍ତୁ: NEET: ନିଟ୍ ପରୀକ୍ଷା ପୂର୍ବରୁ ବୌଦ୍ଧଧର୍ମ ଗ୍ରହଣକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍କୋର୍ଟ
ସେଥିରେ ରେଶମ ଶାଢ଼ି, ସୁଟ୍, ଡ୍ରେସ୍ ମାଟେରିଆଲ, କୁର୍ତୀ, କୁର୍ତା, ଦୁପଟା ଓ ଘରୋଇ ସାଜସଜ୍ଜା ସାମଗ୍ରୀ ଆଦି ରହିଛି। ରେଶମ ଶାଢ଼ି ଉପରେ ସ୍ବତନ୍ତ୍ର ରିହାତି ଦିଆଯାଉଛି। ଗ୍ରାହକମାନେ ପ୍ରଦର୍ଶନୀରେ ଓଡ଼ିଶାର ସମ୍ବଲପୁରୀ, ତାମିଲନାଡ଼ୁର କାଞ୍ଚିପୁରମ୍ ସିଲ୍କ, ଉତ୍ତରପ୍ରଦେଶର ମଲବେରି, ଛତିଶଗଡ଼ର କୋସା ସିଲ୍କ, କର୍ଣ୍ଣାଟକର କ୍ରେପ, ଆସାମର ମୁଗା ଆଦି ଶାଢ଼ି ପାଇପାରିବେ।
Follow Us