Silver Price : ଡିସେମ୍ବର ୧୨ ଶୁକ୍ରବାର ଦିନ ଫ୍ୟୁଚର ମାର୍କେଟରେ ରୂପା ୨ ଲକ୍ଷ ଟଙ୍କା ଅତିକ୍ରମ କରି ଏକ ରେକର୍ଡ ସ୍ଥାପନ କରିଛି। ଚଳିତ ବର୍ଷ, ରୂପା ମୂଲ୍ୟ ୧୨୧ ପ୍ରତିଶତ ବୃଦ୍ଧି ପାଇଛି। ଶୁକ୍ରବାର ଦିନ, ମଲଟି କମୋଡିଟି ଏକ୍ସଚେଞ୍ଜ (MCX )ରେ, ୫ ମାର୍ଚ୍ଚ, ୨୦୨୬ ଏକ୍ସପାରି ପାଇଁ କିଲୋଗ୍ରାମ ପିଛା ରୁପାଦର ୨ ଲକ୍ଷ ଟଙ୍କା ଟପିଯାଇଛି ଓ ୨,୦୧,୩୮୮ ଟଙ୍କାରେ ପହଞ୍ଚିଛି।
ଶୁକ୍ରବାର, ଡିସେମ୍ବର ୧୨, ୨୦୨୫ ରେ, ଏମସିଏକ୍ସରେ ମାର୍ଚ୍ଚ ୫ ତାରିଖ ଏକ୍ସପାରି ପାଇଁ ରୁପା କିଲୋଗ୍ରାମ ପିଛା ୧,୯୬,୯୫୮ରେ ଖୋଲିଥିଲା ଓ କାରବାର ଶେଷ ବେଳକୁ ରୁପା ୧,୯୮,୯୪୨ ରେ ବନ୍ଦ ହୋଇଥିଲା। ଦିନ ମଧ୍ୟରେ ରୁପା ୨,୦୧,୩୮୮ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
ଆହୁରି ପଢନ୍ତୁ : International Humiliation of Pakistan: ଶେହବାଜଙ୍କୁ ୪୦ ମିନିଟ ଅପେକ୍ଷା କରାଇଲେ ପୁଟିନ୍
ଏତେ ନାଟକୀୟ ବୃଦ୍ଧି କାହିଁକି?
ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶିଳ୍ପଜଗତରେ ପ୍ରବଳ ଚାହିଦା ଯୋଗୁଁ ରୂପା ମୂଲ୍ୟ ବୃଦ୍ଧି ପାଉଛି। ବୈଦ୍ୟୁତିକ ଯାନ, ସେମିକଣ୍ଡକ୍ଟର, ସୌର ପ୍ୟାନେଲ, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ଶିଳ୍ପରେ ରୂପା ବହୁଳ ଭାବରେ ବ୍ୟବହୃତ ହୁଏ, ଯାହା ଫଳରେ ଚାହିଦା ବୃଦ୍ଧି ପାଉଛି।
ଆହୁରି ପଢନ୍ତୁ : Tejpratap Demand: ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ତେଜପ୍ରତାପ
ସୁନା ଦର ବୃଦ୍ଧି
କେବଳ ରୁପା ନୁହେଁ, ଶୁକ୍ରବାର ସୁନା ଦରରେ ବି ବୃଦ୍ଧି ଦେଖିବାକୁ ମିଳିଥିଲା । ଏମସିଏକ୍ସରେ ଫେବୃଆରୀ ୫, ୨୦୨୬ ଏକ୍ସପାରି ପାଇଁ ସୁନା ୧,୩୪,୯୬୬ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/12/silver-2025-12-12-21-31-09.jpg)