ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲଭର୍ ଲେକ୍

ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲଭର୍ ଲେକ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ସିଲଭର୍ ଲେକ୍  ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରର୍ଭିଏଲ୍)ରେ ୭୫୦୦ କୋଟି ଟଙ୍କା ନିବେଶ କରାଯିବ । ଆରର୍ଭିଏଲର  ମୋଟ ଇକ୍ୱିଟି ମୂଲ୍ୟକୁ ୪.୨୧ ଲକ୍ଷ କୋଟି ଟଙ୍କା ଭାବେ ଆକଳନ କରି ଏହି ନିବେଶ କରାଯାଇଛି । ସିଲଭର୍ ଲେକର ନିବେଶ ଆରର୍ଭିଏଲର  ପୂର୍ଣ୍ଣ ବିଘଟିତ ୧.୭୫ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ଜରିଆରେ ସିଲଭର୍ ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦ୍ୱିତୀୟ ଥର ବିଲିଅନ ଡଲାରରୁ ଅଧିକ ନିବେଶ କରାଯାଇଛି । କିଛି ମାସ ପୂର୍ବରୁ ସିଲଭର ଲେକ୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ କଂପାନୀ ଜିଓ ପ୍ଲାଟଫର୍ମସରେ ୧.୩୫ ବିଲିଅନ୍ ଡଲାରର ପୁଞ୍ଜିନିବେଶ କରାଯାଇଥିଲା ।

publive-image
Naidunia

ରିଲାଏନ୍ସ ରିଟେଲ୍ ଲିମିଟେଡ୍ ହେଉଛି ଆରର୍ଭିଏଲର ଏକ ସହଯୋଗୀ ସଂସ୍ଥା ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋରରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍ଏସ୍ଏମ୍ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱ ସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଓ ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଏହା ଲକ୍ଷ୍ୟ ରଖିଛି. ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରୁଛନ୍ତି । ସେହିଭଳି, ସିଲଭର ଲେକ୍ ହେଉଛି ଏହି ଏକ ବିଶ୍ୱସ୍ତରୀୟ ସଂସ୍ଥା ଯାହାର ପରିଚାଳନା ଅଧୀନରେ ୫୦ ବିଲିଅନ ଡଲାରର ସଂପତି ରହିଛି । ଏହା ଏୟାର ବିଏନଚି, ଆଲିବାବା, ଆଲଫାବେଟର ଭେରିଲାଏ ଓ ୱେମୋ, ଡେଲ୍ ଟେକ୍ନୋଲୋଜିସ୍, ଟ୍ୱିଟର୍ ଭଳି ବିଶ୍ୱର ଅନେକ ପ୍ରମୁଖ ପ୍ରଯୁକ୍ତି କଂପାନିରେ ପୁଞ୍ଜିନିବେଶ କରିଛି ।

ସିଲଭର୍ ଲେକ୍ ସହ ହୋଇଥିବା କାରବାର ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ  ମୁକେଶ ଅମ୍ବାନି,କହିଛନ୍ତି ଯେ, “ଭାରତର ରିଟେଲ୍ କ୍ଷେତ୍ରରେ ସାରା ଦେଶର ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ଲାଗି ନିୟୁତାଧିକ ବ୍ୟବସାୟୀମାନଙ୍କ ସହ ଅନ୍ତୁର୍ଭକ୍ତୀକରଣ ସହଭାଗିତା ସ୍ଥାପନ ଦିଗରେ ଆମର ଉଦ୍ୟମକୁ ସିଲଭର୍ ଲେକ୍ ସହଯୋଗର ହାତ ବଢାଇଥିବାରୁ ମୁଁ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଏହି କ୍ଷେତ୍ରରେ ଆବଶ୍ୟକ ହେଉଥିବା ପରିବର୍ତନ ଆଣିବା ଲାଗି ପ୍ରଯୁକ୍ତି ହେଉଛି ଏକ ପ୍ରମୁଖ ଆବଶ୍ୟକତା ଯଦ୍ୱାରା ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ବ୍ୟବସ୍ଥା ଲାଗି ଖୁଚୁରା କ୍ଷେତ୍ରର ବିଭିନ୍ନ ଉପାଦାନକୁ ଏକତ୍ରୀତ କରାଯାଇପାରିବ । ଭାରତୀୟ ଖୁଚୁରା ବ୍ୟବସାୟ କ୍ଷେତ୍ର ପ୍ରତି ଆମର ରହିଥିବା ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାରେ ସିଲଭର୍ ଲେକ୍ ଏକ ମୂଲ୍ୟବାନ ସହଯୋଗୀ ହେବ ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe