ରୁପା ପୁଣି ୧ ଲକ୍ଷ ଛୁଇଁଲା, ସୁନା ଦାମ୍‌ ବି ବଢ଼ିଲା

ଭୁବନେଶ୍ବରରେ ଆଜି ସୁନା ଓ ରୁପା ଦର ପୁଣି ବୃଦ୍ଧି ପାଇଛି। ରୁପା ଦର କିଲୋଗ୍ରାମ ପିଛା ୨ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ଟଙ୍କା ଛୁଇଁଛି। ୨୦୨୫ ଜାନୁଆରି ୧ ଓ ୨ ତାରିଖରେ ଏହା ୯୮ ହଜାର ଟଙ୍କାରେ ରହିଥିଲା। ସେହିଭଳି ସୁନା ଦାମ୍‌ ମଧ୍ୟ ଆଜି ବୃଦ୍ଧି ପାଇଛି।

gold silver

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ସୁନା ଓ ରୁପା ଦର ପୁଣି ବୃଦ୍ଧି ପାଇଛି। ରୁପା ଦର କିଲୋଗ୍ରାମ ପିଛା ୨ ହଜାର ଟଙ୍କା ବୃଦ୍ଧି ଘଟି ୧ ଲକ୍ଷ ଟଙ୍କା ଛୁଇଁଛି। ୨୦୨୫ ଜାନୁଆରି ୧ ଓ ୨ ତାରିଖରେ ଏହା ୯୮ ହଜାର ଟଙ୍କାରେ ରହିଥିଲା। ସେହିଭଳି ସୁନା ଦାମ୍‌ ମଧ୍ୟ ଆଜି ବୃଦ୍ଧି ପାଇଛି। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ଗତକାଲି ତୁଳନାରେ ଆଜି ୮୭୦ ଟଙ୍କା ବୃଦ୍ଧି ଘଟି ୭୯,୨୦୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୦୦ ଟଙ୍କା ବୃଦ୍ଧିପାଇ ୭୨,୬୦୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରବୃଦ୍ଧି ଫଳରେ ଘରୋଇ ବଜାରରେ ଏହି ଧାତୁଦ୍ବୟର ମୂଲ୍ୟବୃଦ୍ଧି ଘଟିଛି। ଏହି ମୂଲ୍ୟବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe