ନୂଆଦିଲ୍ଲୀ : ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ସରକାର ଶୁକ୍ରବାର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକକ ପଞ୍ଜୀକରଣ ସୁବିଧା ଆରମ୍ଭ କରିଛି। ଗୃହହୀନ ଲୋକ, ନିଃସ୍ବ, ପ୍ରବାସୀ ଓ ଅନ୍ୟ ଯୋଗ୍ୟ ହିତାଧିକାରୀମାନେ ୱେବ୍ ଜରିଆରେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସର୍ବାଧିକ ପ୍ରାୟ ୮୧.୩୫ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ବର୍ତ୍ତମାନ ପ୍ରାୟ ୭୯.୭୭ କୋଟି ଲୋକ ଉକ୍ତ ଆଇନ ଅଧୀନରେ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ପାଉଛନ୍ତି। ତେଣୁ ଆଉ ୧.୫୮ କୋଟି ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ। ଉକ୍ତ ୱେବ୍ଭିତ୍ତିକ ସୁବିଧାରେ ପାଇଲଟ ଭିତ୍ତିରେ ୧୧ଟି ରାଜ୍ୟ ସାମିଲ ହୋଇଛନ୍ତି।
ରାସନ କାର୍ଡର ଏକକ ପଞ୍ଜୀକରଣ ସୁବିଧା
Advertisment
Follow Us