ସ୍କୋଡା ଆଣିଲା ତିନିଟି ନୂଆ କାର୍‌

ସ୍କୋଡା ଆଣିଲା ତିନିଟି ନୂଆ କାର୍‌

ZigWheels

ମୁମ୍ବାଇ: ସ୍କୋଡା ଇଣ୍ଡିଆ ପକ୍ଷରୁ ତିନିଟି ନୂଆ କାର୍‌କୁ ଉନ୍ମୋଚନ କରାଯାଇଛି। ‌ସେଗୁଡ଼ିକ ହେଉଛି ନୂଆ ରାପିଡ୍‌ ୧.୦ ଟିଏସ୍‌ଆଇ, ସୁପର୍ବ ଓ ସମ୍ପୂର୍ଣ୍ଣ ନୂଆ କାରୋକ୍। ଏହି ତିନି ମଡେଲ୍‌ର ମୂଲ୍ୟ ଯଥାକ୍ରମେ ୭.୪୯ ଲକ୍ଷ ଟଙ୍କା, ୨୯.୯୯ ଲକ୍ଷ ଟଙ୍କା ଓ ୨୪.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏକ ଭର୍ଚୁଆଲ୍ କନ୍‌ଫରେନ୍ସ ଜରିଆରେ କଂପାନି ଏହି ତିନି ମଡେଲ୍‌ର ପ୍ରିମିୟର୍ କରିଛି। ଟିଏସ୍‌ଆଇ ପ୍ରଯୁକ୍ତି ଜରିଆରେ କଂପାନି ଚେକ୍‌ ରିପବ୍ଲିକ୍‌ର ବିଏସ୍‌-୬ ଇଞ୍ଜିନ ଭାରତକୁ ଆଣିଛି।

ଏହି ଅବସରରେ କଂପାନି ପକ୍ଷରୁ ସୂଚନା ଦିଆଯାଇଛି ଯେ, କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରି ବିକ୍ରି ଏବଂ ସର୍ଭିସ୍‌ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଉଛି। କଂପାନି ୨୦୨୫ ସୁଦ୍ଧା ଭାରତରେ ଏହାର ଡିଲରସିପ୍ ସଂଖ୍ୟାକୁ ୨୦୦ରେ ପହଞ୍ଚାଇବାକୁ ଯୋଜନା ରଖିଛି। ବର୍ତ୍ତମାନ ଦେଶରେ ଏହାର ୬୫ଟି ସହରରେ ୮୦ଟି ଡିଲରସିପ୍ ରହିଛି। ଗ୍ରାହକମାନେ ଯେଭଳି ସୁବିଧାରେ ସ୍କୋଡା କାର୍‌ କିଣିପାରିବେ ସେଥିପାଇଁ କଂପାନି ପକ୍ଷରୁ ଅନଲାଇନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି‌ ପୋର୍ଟାଲ୍‌ରେ କଂପାନିର ସମସ୍ତ ୮୦ ଡିଲର୍‌ସିପ୍‌କୁ ଯୋଡ଼ାଯାଇଛି। ବେତନଭୋଗୀ, କର୍ମଜୀବୀ, ଏସ୍‌ଏମ୍ଇ, କର୍ପୋରେଟ୍ ସଂସ୍ଥା ଏବଂ ପିଏସ୍‌ୟୁ ସଂସ୍ଥାଗୁଡ଼ିକୁ କଂପାନି ଲିଜ୍‌ରେ ଗାଡ଼ି ଦେଉଛି। ଏହା ବ୍ୟତୀତ ଗ୍ରାହକଙ୍କ ପାଇଁ ‘ବାଏ ନାଓ ପେ ଇନ୍ ଦିୱାଲୀ’ ଅଫର ଘୋଷଣା କରାଯାଇଛି। ସ୍କୋଡ଼ା ଅଟୋ ଏବେ ଏହାର ୧୨୫ ବର୍ଷ ପୂର୍ତୀ ପାଳନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe