ସ୍କାଇପ୍‌ ସବୁଦିନ ପାଇଁ ବନ୍ଦ

Advertisment

ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌କୁ ମାଇକ୍ରୋସଫ୍ଟ ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଏହା ବଦଳରେ କମ୍ପାନି ‘ଟିମ୍‌’କୁ ପ୍ରସାର କରିବ। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍‌ର....

ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌କୁ ମାଇକ୍ରୋସଫ୍ଟ ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଏହା ବଦଳରେ କମ୍ପାନି ‘ଟିମ୍‌’କୁ ପ୍ରସାର କରିବ। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍‌ର....

scsccsxx

Photograph: ( Microsoft Store)

ନୂଆଦିଲ୍ଲୀ: ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌କୁ ମାଇକ୍ରୋସଫ୍ଟ ଆସନ୍ତାକାଲିଠାରୁ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଏହା ବଦଳରେ କମ୍ପାନି ‘ଟିମ୍‌’କୁ ପ୍ରସାର କରିବ। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍‌ର ବ୍ୟବହାରକାରୀ ସଂଖ୍ୟା ୨.୮ କୋଟିରୁ ଅଧିକ ଥିଲା। ତେବେ ବ୍ୟବହାରକାରୀମାନେ ଚାହିଲେ ସେମାନଙ୍କ ଚାଟ୍‌, କଣ୍ଟାକ୍ଟ ଓ କଲ୍‌ ହିଷ୍ଟ୍ରିକୁ ମାଇକ୍ରୋସଫ୍ଟ ଟିମ୍‌କୁ ନେଇପାରିବେ। ୨୦୦୩ରେ ଆରମ୍ଭ ହୋଇଥିବା ସ୍ପାଇପ୍ ସାରା ବିଶ୍ବର ଲୋକମାନଙ୍କୁ ଭିଡିଓ କଲ୍‌ କରିବାର ସୁବିଧା ଦେଇ ଏକ ବିପ୍ଳବ ଆଣିଥିଲା। 

ଦୂରଦୂରାନ୍ତ ସ୍ଥାନରେ ଥିବା ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ସହ ଯୋଡ଼ିହୋଇପାରି‌ଥିଲେ। ବର୍ତ୍ତମାନ ସମୟରେ ହ୍ବାଟସ୍‌ଆପ୍, ଟିମ୍, ଗୁଗୁଲ୍ ମିଟ୍‌ ଆଦିରେ ଭିଡିଓ କଲ୍‌ ଅତି ସହଜରେ ଉପଲବ୍ଧ ହେବା ପରେ ସ୍ପାଇପ୍ ଏହାର ଗୁରୁତ୍ବ ହରାଇଛି। କିନ୍ତୁ ଏହା ନିଜ ଯାତ୍ରା ଆରମ୍ଭ କରିବା ବେଳେ କମ୍ପ୍ୟୁଟରରୁ କମ୍ପ୍ୟୁଟରକୁ ଭିଡିଓ କଲ୍ ସେବା ପ୍ରଦାନ କରି ଲୋକଙ୍କ ପାଇଁ ଅନେକ ଅଭୁଲା ସ୍ମୃତି ସୃଷ୍ଟି କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପ୍ୟୁଟର ମଧ୍ୟରେ ଏବଂ ପରବର୍ତ୍ତୀ ସମୟରେ ମୋବାଇଲ୍ ଫୋନ୍ ଓ ଲ୍ୟାଣ୍ଡ୍‌ଲାଇନ୍ ମାଧ୍ୟମରେ ସ୍ପାଇପ୍ କଲ୍ ସମ୍ଭବ ହୋଇଥିଲା। ସ୍ପାଇପ୍ ବନ୍ଦ ହେବାକୁ ଯାଉଥିବା ବେଳେ ଏହାର ସେବାକ ବ୍ୟବହାର କରି ସ୍ମୃତି ସାଉଁଟିଥିବା ବିଶ୍ବର ଅନେକ ଲୋକ ଭାବପ୍ରବଣ ହୋଇପଡ଼ିଛନ୍ତି। ସେମାନେ ନିଜ ଅନୁଭୂତିକୁ ସୋସିଆଲ୍ ମିଡିଆ ଜରିଆରେ ବାଣ୍ଟୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe