ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର: ଅଶୋଧିତ ତେଲ ଦର ୧୦୪ ଡଲାରକୁ କମିଲା

Advertisment
ଥାନାଧିକାରୀଙ୍କ ସ୍ବାମୀଙ୍କ କାରନାମା: ଅବସରପ୍ରାପ୍ତ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ

Moneycontrol

ମୁମ୍ବାଇ: ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ କ୍ରମାଗତ ଭାବେ ଦୁଇଦିନ ଧରି ହ୍ରାସ ପାଇବା ପରେ ଆଜି ଏଥିରେ ରୋକ୍‌ ଲାଗିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଏବଂ ଅନ୍ୟ ଆଞ୍ଚଳିକ ମୁଦ୍ରା ମୂଲ୍ୟରେ ଉନ୍ନତି କାରଣରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୨ ପଇସାର ସୁଧାର ଆସିଛି। ୧ ଡଲାର ମୂଲ୍ୟ ୭୭ ଟଙ୍କା ୩୨ ପଇସା ରହିଛି। ଅନ୍ୟପକ୍ଷରେ ଘରୋଇ ଇକ୍ବିଟି ବଜାର ନିମ୍ନମୁଖୀ ହେବା ଏବଂ ବିଦେଶୀ ନିବେଶକମାନେ ପାଣ୍ଠି ଅଧିକ ମାତ୍ରାରେ ଉଠାଇ ନେବା କାରଣରୁ ଯେତିକି ସୁଧାର ଆସିବା କଥା ତାହା ଆସିପାରିନାହିଁ ବୋଲି ବିଦେଶୀ ମୁଦ୍ରା ବ୍ୟବସାୟୀମାନେ ମତ ଦେଇଛନ୍ତି।

ଆଜି ବଜାରରେ ଡଲାର ତୁଳନାରେ ଟଙ୍କାର କାରବାର ୭୭ ଟଙ୍କା ୨୭ ପଇସାରୁ ଆରମ୍ଭ ହୋଇଥିଲା। ଦିନ ମଧ୍ୟରେ ଏହା ୭୭ ଟଙ୍କା ୨୦ ପଇସାରୁ ୭୭ ଟଙ୍କା ୪୫ ପଇସା ମଧ୍ୟରେ ଉଠିଥିଲା ଓ ଖସିଥିଲା। କିନ୍ତୁ ଶେଷରେ ଏହା ୭୭ ଟଙ୍କା ୩୨ ପଇସାରେ କାରବାର ବନ୍ଦ ହୋଇଛି। ଫଳରେ ପୂର୍ବଦିନ ତୁଳନାରେ ଟଙ୍କା ମୂଲ୍ୟରେ ଆଜି ୧୨ ପଇସାର ସୁଧାର ଆସିଛି। ସୋମବାର କାରବାର ମଝିରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ୭୭ ଟଙ୍କା ୫୩ ପଇସା ସ୍ତରକୁ ଖସିଆଯାଇଥିଲା। କିନ୍ତୁ କାରବାର ୭୭ ଟଙ୍କା ୪୪ ପଇସାରେ ବନ୍ଦ ହୋଇଥିଲା, ଯାହାକି ତା ପୂର୍ବଦିନର କାରବାର ତୁଳନାରେ ୫୪ ପଇସା କମ୍‌। ଟଙ୍କା ମୂଲ୍ୟରେ ସୁଧାର ଆସିଥିଲେ ମଧ୍ୟ ଷ୍ଟକ ମାର୍କେଟରେ ଆଜି ୧୦୫.୮୨ ପଏଣ୍ଟ ହ୍ରାସ ଘଟି ୫୪,୩୬୪.୮୫ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ୬୧.୮୦ ପଏଣ୍ଟ ହ୍ରାସ ପାଇ ୧୬୨୪୦ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର (ବ୍ରେଣ୍ଟ୍ କ୍ରୁଡ୍‌) ବ୍ୟାରେଲ ପିଛା ୧.୧୫ ପ୍ରତିଶତ ହ୍ରାସ ଘଟି ୧୦୪.୫୨ ଡଲାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe