Advertisment

ଏଟିଏମ୍‌ରୁ ବାହାରିବ ଛୋଟ ନୋଟ୍: ୧୦୦, ୨୦୦ ଟଙ୍କିଆ ରଖିବାକୁ ନିର୍ଦ୍ଦେଶ

Advertisment

ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି।

ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି।

sasasa

ନୂଆଦିଲ୍ଲୀ: ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି। ସେହି ନୋଟ୍‌କୁ ନେଇ କିଛି କିଣିବା ବେଳେ ବ୍ୟବସାୟୀମାନେ ଛୋଟ ନୋଟ୍‌ ମାଗୁଛନ୍ତି। ଲୋକମାନେ ସାମ୍ନା କରୁଥିବା ସେହି ସମସ୍ୟା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। ଏଟିଏମ୍‌ରୁ ଯେଭଳି ନିୟମିତ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ବାହାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। 
ସାଧାରଣତଃ ଗୋଟିଏ ଏଟିଏମ୍‌ରେ ଚାରିଟି କ୍ୟାସେଟ୍‌ରେ ନୋଟ୍ ରଖାଯାଇଥାଏ। ସେଥିରୁ ଅତିକମ୍‌ରେ ଗୋଟିଏ କ୍ୟାସେଟ୍‌ରେ ୧୦୦ ଓ ୨୦୦ ଟଙ୍କିଆ ନୋଟ୍‌ ରଖିବାକୁ ଏଟିଏମ୍ ଅପରେଟରମାନଙ୍କୁ କୁହାଯାଇଛି। ଦେଶରେ ବ୍ୟାଙ୍କଗୁଡ଼ିକ ଅଧୀନରେ ୨.୨୦ ଲକ୍ଷରୁ ଅଧିକ ଏଟିଏମ୍ ରହିଛି। ଏହା ବ୍ୟତୀତ ଘରୋଇ ସଂସ୍ଥା ୩୬ ହଜାର ହ୍ବାଇଟ୍‌ ‌ଲାବେଲ୍ ଏଟିଏମ୍ ପରିଚାଳନା କରୁଛନ୍ତି। ଦେଶରେ ଅନେକ ମାଇକ୍ରୋ ଏଟିଏମ୍ ମଧ୍ୟ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଅତିକମ୍‌ରେ ୭୫ ପ୍ରତିଶତ ଏଟିଏମ୍ ଓ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୯୦ ପ୍ରତିଶତ ଏଟିଏମ୍‌ରେ ଗୋଟିଏ କ୍ୟାସେଟ୍‌ରେ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବାକୁ ବ୍ୟାଙ୍କ ଓ ଏଟିଏମ୍‌ ଅପରେଟରମାନଙ୍କୁ କୁହାଯାଇଛି। 

ତେବେ ଛୋଟ ନୋଟ୍ ରଖିବା ଲାଗି ଏଟିଏମ୍‌ଗୁଡ଼ିକୁ ପ୍ରସ୍ତୁତ କରିବାରେ ବଡ଼ ଆହ୍ବାନ ରହିଛି। କ୍ୟାସେଟ୍‌ଗୁଡ଼ିକର ଆକାର ବଦଳାଇାବ ସହ ସେହି ଅନୁସାରେ ମେସିନ୍‌ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଛୋଟ ନୋଟ୍ ଶୀଘ୍ର ଶେଷ ହୋଇଥିଲେ, ତାହାକୁ ବାରମ୍ବାର ଭର୍ତ୍ତି କରିବାକୁ ପଡ଼ିବ, ଯାହା ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ଲାଗି ଏକ ବ୍ୟୟବହୁଳ ବ୍ୟାପାର। ଅନ୍ୟପକ୍ଷରେ ଛୋଟ ନୋଟ୍ ପାଇବା ଆଶାରେ ଯଦି ଲୋକମାନେ ଏଟିଏମ୍‌କୁ ଏକାଧିକ ଥର ବ୍ୟବହାର କରିବେ, ‌ତେବେ ସେମାନଙ୍କ ମାସିକ ମାଗଣା ଉଠାଣ ସୀମା ଶେଷ ହୋଇଯିବ। ପାଖରେ ଛୋଟ ନୋଟ୍ ରହିଲେ ଡିଜିଟାଲ୍ କାରବାର ଲାଗି ମନ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

୫୦୦ ଟଙ୍କିଆ ପ୍ରତ୍ୟାହାର ଖବରକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ, ୩/୬: ୫୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରାଯିବା ସଂପର୍କିତ ଖବରକୁ ସରକାର ଖଣ୍ଡନ କରିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳନରୁ ପ୍ରତ୍ୟାହାର କରି ନିଆଯିବ ବୋଲି କ୍ୟାପିଟାଲ ଟିଭି ନାମକ ଏକ ୟୁଟ୍ୟୁବ୍‌ ଚାନେଲ୍‌ରେ ସମ୍ବାଦ ପ୍ରସାର କରାଯାଇଥିଲା। ଏପରିକି ୫୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ କରି ଦିଆଯାଇଛି ବୋଲି ଦାବି କରାଯାଇଥିଲା। ତେବେ ପତ୍ର ସୂଚନା ବ୍ୟୁରୋ (ପିଆଇବି) ପକ୍ଷରୁ କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe