ସ୍ୱଳ୍ପ ସଞ୍ଚୟ ଯୋଜନାର ଆଧାର ସଂଯୋଗ ଅବଧି ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା

Advertisment
ସ୍ୱଳ୍ପ ସଞ୍ଚୟ ଯୋଜନାର ଆଧାର ସଂଯୋଗ ଅବଧି ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ଡାକଘର ଜମା, କିଷାନ ବିକାଶ ପତ୍ର, ପିପିଏଫ୍‌, ଜାତୀୟ ସଞ୍ଚୟ ପ୍ରମାଣପ୍ରତ ଯୋଜନା ଭଳି ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ଆଧାର ସଂଯୋଗ ଅବଧିକୁ ଆସନ୍ତା ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି। ଏହି କାର୍ଯ୍ୟ ଗତବର୍ଷ ଡିସେମ୍ବର ୩୧ ସୁଦ୍ଧା କରିବା ପାଇଁ କୁହାଯାଇଥିଲା। ତେବେ ଏହାକୁ ମାର୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗତବର୍ଷ ଅକ୍ଟୋବରରେ ସରକାର ଏହି ଯୋଜନା ଗୁଡ଼ିକ ସହିତ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିଥିଲେ। ଏଥିପାଇଁ ୨୦୧୭ ଡିସେମ୍ବର ୩୧ ସମୟସୀମା ଦେଇଥିଲେ। କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଇଛି। ଏତଦ୍‌ବ୍ୟତୀତ ସରକାର ପୂର୍ବରୁ ଅନ୍ୟ ସବୁ ସରକାରୀ ସ୍କିମ୍‌ ସହିତ ମୋବାଇଲ ଫୋନ ଆଦି ପାଇଁ ଆଧାର ସଂଯୋଗର ସମୟ ସୀମା ମାର୍ଚ ୩୧କୁ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe